
ମୃତ୍ୟୁର ଦୁର୍ଗ ଭେଦିବା
ଶକତି, ସାଧନା ଭକ୍ତି
ବଳେ । ମୃତ ପତିକୁ
କୋଳରେ ଶୁଆଇ,
ବସିଥିଲ ଅବିଚଳେ।
ସତୀତ୍ଵର ମର୍ଯ୍ୟାଦାରେ,
ପାତିବ୍ରତ ଧର୍ମ ସୁରକ୍ଷା
ବଳୟେ, ଅନ୍ତରେ ଦୀପ ଜଳେ ।
ଧର୍ମ ଦୁଆରେ ସତୀର
ସମ୍ମାନ,କ୍ଷୁର୍ଣ୍ଣ କି କେବେ ହେବ ?
ଯମଦୂତ ପାଇଁ ଅଭେଦ୍ୟ ପ୍ରାଚୀର,
ଭେଦିବାକୁ ନାହିଁ ଠାବ, ସତୀର କୀରତି ଶୁଣି, ସ୍ଵୟଂ
କଳାନ୍ତକ ପ୍ରକଟ ହୋଇଲେ,ଦ୍ଭାବନାର
ବିଜ ବୁଣି।
ଭକ୍ତ ଭଗବାନ ମଝିରେ ଦୂରତା , କେବଳ ରହିଲା ମୃତ୍ୟୁ
ଆଶିଷର ବର୍ଷା ଝରି
ଯାଉଥିଲା, ନଥିଲା ସେଠି କିନ୍ତୁ ।
ଯାଚିଦେଲେ ମାଗ ବର ?ମୃତପିଣ୍ଡରେ
ପ୍ରାଣଦାନ ଭିନ୍ନ, ଯାହା
ଇଚ୍ଛା ମାଗି ପାର।
ସତୀର ସତୀତ୍ବ ପତିର ଜୀବନ,
ଏ ମନ୍ତ୍ର ଜପିଛି ଯିଏ,
ଧର୍ମ ଦେବତା ଭୂଲାଣିଆ କଥା, ତାକୁ
କି ର୍ଦୁବୋଧ୍ୟ ହୁଏ । ମନ ଅନୁରୂପ ଫଳ,
ବିଶୁଦ୍ଧ ଭକ୍ତିରେ ମାଗି
ନେଇଥିଲ,ମୃତ୍ୟୁରୁ
ଫେରିବା ଦ୍ଵାର ।
ତୁମ ବିଦ୍ ଵତ୍ତା ତଟସ୍ଥ କରିଲା ,
ହାରିଗଲେ ଜନ୍ତୁ ନାହା
ମୃତ ପିଣ୍ଡରେ ପ୍ରାଣ
ସଞ୍ଚରିଲା, ବହିଲା ପ୍ରେମର ବାଆ ।
ଧନ୍ୟ ଧନ୍ୟ ତୁମେ ସତୀ , ନାରୀ ସମାଜର ପ୍ରେରଣା ଦାତ୍ରୀ, ତୁମେ ହିଁ ଦେବୀ ସାବିତ୍ରୀ।
ଡ. ବିଚିତ୍ରା ମଞ୍ଜରୀ ତ୍ରିପାଠୀ, ଅଧ୍ୟାପିକା ,
ଲୋକନାଥ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା