ଦେଶରାଜନୀତି

ସଂସଦରେ ମୋଦିଙ୍କ ବିବୃତି, କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଅନାସ୍ଥା ହାରିଲେ ବିରୋଧୀ

ଅନାସ୍ଥା ହାରିଲେ ବିରୋଧୀ । କାଟ ଖାଇଲା ଅନାସ୍ଥା ପ୍ରସ୍ତାବ । ସଂସଦରେ ପ୍ରାୟ 140 ମିନିଟ୍ ଧରି କହିଲେ ପ୍ରଧାନମନ୍ତ୍ରୀ । କହିଲେ ଆମ ପାଇଁ ଅନାସ୍ଥା ଆଶୀର୍ବାଦ ସଦୃଶ ହୋଇଛି । ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ସେପଟେ, ଲୋକସଭାରୁ ନିଲମ୍ଵିତ ହେଲେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ।

ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ହେଲେ ସସ୍‌ପେଣ୍ଡ । ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ହେଲେ ଅଧୀର । ଅଧିରଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ବାଚସ୍ପତି । ବାରମ୍ବାର ଗୃହରେ ଅଶୋଭନୀୟ ଆଚରଣ କରୁଥିବା କହିଥିଲେ । ଗୃହର ନେତା ଭାଷଣ ଦେଲା ବେଳେ ଅଶୋଭନୀୟ ପ୍ରଦର୍ଶନ କରିଥିଲେ । ବାଚସ୍ପତିଙ୍କ କଥାରେ ସହମତ ହୋଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ପରେ ବାଚନିକ ଭୋଟ ହୋଇ ଅଧିରଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।narendra modi speech at parliament

Show More

Related Articles

Back to top button