Breaking PLUSଓଡ଼ିଶା

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇ ୧୦ ଆହତ

ପୁରୀ ଶ୍ରୀମନ୍ଦିରରେ ଆଜି ସକାଳେ ମଙ୍ଗଳ ଆଳତି ସମୟରେ ଘଟିଯାଇଛି ଏକ ଅଘଟଣ । ଏହି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି । ଆଜି ମଙ୍ଗଳ ଆଳତି ସମୟରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇଥିବା ବେଳେ ଅଣନିଃଶ୍ୱାସୀ ହୋଇପଡିଥିଲେ । ସାତପାହାଚ ଓ ଘଣ୍ଟିଦ୍ୱାର ନିକଟରେ ପ୍ରବଳ ଭିଡ ହୋଇଥିବାରୁ ଏହିିପରି ପରିସ୍ଥିତି ଉପୁଜିଥିଲା । ଫଳରେ ଏଥିରେ ୧୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀ ଆହତ ହୋଇଥିଲେ । ଏଥି ସହ ବହୁ ଶ୍ରଦ୍ଧାଳୁଙ୍କ ଗୋଡରେ ଆଘାତ ମଧ୍ୟ ଲାଗିଥିବାର ସୂଚନା ମିଳିଛି ।

Show More

Related Articles

Back to top button