Breaking PLUSଓଡ଼ିଶାମୁଖ୍ୟ ଖବର

ଶୁଭାରମ୍ଭ ହେଲା ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

ପ୍ରତ୍ୟେକ ଗାଁକୁ ନବୀନ ସ୍ପର୍ଶ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାକୁ ନୂତନ ଓ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ, ପ୍ରତି ଗାଁର ସଂସ୍କୃତିର ସୁରକ୍ଷା ସହ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୩ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ର କାର୍ଯ୍ୟକ୍ରମକୁ ପ୍ରଥମେ ମୟୁରଭଞ୍ଜ, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି । ଏହି ୩ଟି ଜିଲ୍ଲାରେ ମୋଟ ୭୨୦୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏଥି ନିମନ୍ତେ ମୋଟ ୨୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏହି ଯୋଜନା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ । ମୟୁରଭଞ୍ଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ୧୧୧ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବା ବେଳେ ବରଗଡ଼ର ୫ଟି ନିର୍ବାଚନମଣ୍ଡଳୀକୁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ଦେବଗଡ଼ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମସ୍ତ ଗାଁର ବିକାଶ ଆମର ଲକ୍ଷ୍ୟ । ପ୍ରତ୍ୟେକ ଗାଁରେ ସଂସ୍କୃତି ବଜାୟ ରହିବ  ସହିତ ଆଧୁନିକତାର ବିକାଶ ହେବ । ଏବେ ଗାଁ ଲୋକେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁର ବିକାଶ ଆଦୁନିକ ଓଡ଼ିଶାର ପରିଚୟ । ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ର କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗାଁରେ ଜଗନ୍ନାଥ ସଂସ୍କୃତି ସଂରକ୍ଷଣ କରାଯିବ । ଏହା ସହିତ ସମସ୍ତ ପୂଜାସ୍ଥଳୀର ବିକାଶ କରାଯିବା ।

Show More

Related Articles

Back to top button