Breaking PLUSମୁଖ୍ୟ ଖବରରାଜନୀତି

ଲାଲୁଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ନିଜର ଚିରାଚରିତ ଢଙ୍ଗରେ ଟାର୍ଗେଟ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ରାବିଡ଼ି ଦେବୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ନ କରି କଣ ନିତ୍ୟାନନ୍ଦଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତି ? ଯଦି ରାବଡି ଦେବୀ ନଥାନ୍ତେ, ତେବେ ଆରଜେଡି ଆଜି ଆମ ସରକାର ହୋଇନଥାନ୍ତା ଏଭଳି କିଛି କହିଛନ୍ତି ଲାଲୁ। ସୂଚନା ଅନୁସାରେ ବିହାରରେ ଆଜି ନୀତୀଶ-ତେଜସ୍ୱୀ ସରକାର ଗଠନ ହୋଇନଥାନ୍ତା। ଲାଲୁ ଯାଦବ ବିହାରରେ ରାବିଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ନିତ୍ୟାନନ୍ଦ ନିକଟରେ ସମାଲୋଚନା କରିଥିଲେ । ଏହାର ଜବାବରେ ଲାଲୁ ଏକଥା କହିଛନ୍ତି । ଲାଲୁ ଅଭିଯୋଗ କରିଛନ୍ତି ଯେ ନିତ୍ୟାନନ୍ଦ ରାୟ ହାଜିପୁରରୁ ଗାଈମାନଙ୍କୁ ନେଇ ହତ୍ୟା କରୁଥିଲେ। ଗାଈ ଓ ମଇଁଷି ହତ୍ୟା କରିବା ତାଙ୍କର ବ୍ୟବସାୟ ଥିଲା। ଏହି ସମୟରେ ଲାଲୁ ଯାଦବ ଦାବି କରିଥିଲେ ଯେ ନିତ୍ୟାନନ୍ଦ ରାୟ ଆରଜେଡିରେ ଯୋଗ ଦେବା ପାଇଁ ମୋ ପାଖକୁ ଆସିଥିଲେ। ସେ ଅନେକ ଥର ଅନୁରୋଧ ମଧ୍ୟ କରିଥିଲେ । ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ହାଜିପୁରରେ ନିତ୍ୟାନନ୍ଦଙ୍କ ବିରୋଧରେ ତେଜପ୍ରତାପ ଯାଦବଙ୍କୁ ନିର୍ବାଚନରେ ପ୍ରାର୍ଥୀ କରନ୍ତି ତେବେ ସେ ଅମାନତ ହରାଇବେ । ଲାଲୁ ଯାଦବ ମଧ୍ୟ ବିଜେପି ପକ୍ଷରୁ ଆୟୋଜିତ ଯାଦବ ସମ୍ମିଳନୀକୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବିଜେପିକୁ ଯାଦବଙ୍କ ନାଁରେ କଂସ ଆସୁଛନ୍ତି ।

Show More

Related Articles

Back to top button