Breaking PLUSଓଡ଼ିଶା

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆରଆଇ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ତସଲାଡ଼ିହିର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । ତାଙ୍କ ନାଁ ହେଉଛି ଲିଲି ଚୌଧୁରୀ। ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଆରଆଇ ଲିଲି ଚୌଧୁରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତେବେ ଲାଞ୍ଚ ମାଗୁଥିବା ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଭିଜିଲାନ୍ସକୁ ଜଣାଇଥିଲେ। ତାଙ୍କ ଅଭିଯୋଗକ୍ରମେ ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଚଢ଼ାଉ କରି ଆରଆଇ ଲିଲି ଚୌଧୁରୀଙ୍କୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ଅବସ୍ଥାରେ ଧରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।  ସୁନ୍ଦରଗଡ଼ ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

Show More

Related Articles

Back to top button