Breaking PLUSଅପରାଧଦେଶ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଇଞ୍ଜିନିୟର୍‌

ଜଣେ ସିଭିଲ୍‌ ୱାର୍କ କଣ୍ଟ୍ରାକ୍ଟର୍‌ଙ୍କର ପଡ଼ି ରହିଥିବା ‘ବିଲ୍‌’ ପାସ୍‌ କରିବା ଲାଗି ‘ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କର୍ପୋରେସନ୍‌’ର ୨ଜଣ ଇଞ୍ଜିନିୟର୍‌ ୧ କୋଟି ଟଙ୍କା ଲାଞ୍ଚ ନେଉଥିବା ବ‌େଳେ ଧରା ପଡିଛନ୍ତି। ଗତ ଶନିବାର ଦିନ ନାଶିକ ୟୁନିଟ୍‌ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡ଼ିଛନ୍ତି।ନାଶିକ ୟୁନିଟ୍‌ ଦୁର୍ନୀତି ନିବାରଣ ବିଭାଗର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶର୍ମିଷ୍ଠା ୱାଲାୱାକର୍‌ଙ୍କ ନେତୃତ୍ୱରେ ଏହା ହେଉଛି ଚଳିତ ବର୍ଷର ସବୁଠୁ ଅଧିକ ଅର୍ଥରାଶି ଲାଞ୍ଚ ଧରାପଡ଼ିବା ଘଟଣା ବୋଲି ରାଜ୍ୟ ‘ଦୁର୍ନୀତି ନିବାରଣ ବ୍ୟୁରୋ’ ପ୍ରକାଶ କରିଛି। ଜଣେ କଣ୍ଟ୍ରାକ୍ଟର୍‌ଙ୍କଠାରୁ ୧ କୋଟି ଟଙ୍କା ଗ୍ରହଣ କରୁଥିବା ବେଳେ ଅହମଦନଗର ‘ଏମ୍‌ଆଇଡିସି’ ସହିତ ସମ୍ପୃକ୍ତ ଥିବା ସହକାରୀ ଇଞ୍ଜିନିୟର୍‌ ଅମିତ ଗାଏକ୍ୱାଡ୍‌ଙ୍କୁ ଗିରଫ କରାଯାଇଛି। ଅପରାଧିକ ମାମଲା ରୁଜୁ ହେବା ପରେ ତାଙ୍କ ଡେପୁଟି ଇଞ୍ଜିନିୟର୍‌ ଗଣେଶ ବାଗ୍‌ ଫେରାର୍‌ ହୋଇଯାଇଛନ୍ତି। ଗାଏକ୍‌ୱାଡ଼ ନିଜ ପାଇଁ ଓ ବାଗ୍‌ଙ୍କ ପାଇଁ ଉକ୍ତ ଲାଞ୍ଚ ଟଙ୍କା ନେଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ କଣ୍ଟ୍ରାକ୍ଟର୍‌ଙ୍କୁ ୩୧.୫୭ ପାଣି ପାଇପ୍‌ଲାଇନ୍‌ ବସାଇବା ପାଇଁ ଠିକା ଦିଆଯାଇଥିଲା। କଣ୍ଟ୍ରାକ୍ଟର୍‌ଙ୍କୁ କାମ ବାବଦ ଅର୍ଥର ପ୍ରମୁଖ ଅଂଶ ପେମେଣ୍ଟ୍‌ କରାଯାଇଥିଲେ ବି ଆଉ ୨.୬୬ କୋଟି ଟଙ୍କା ବାକି ପଡ଼ିଥିଲା।

Show More

Related Articles

Back to top button