Breaking PLUSରାଜନୀତି

ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କଲା ନିର୍ବାଚନ ଆୟୋଗ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ’ପନୌତି’ ଶବ୍ଦ ବ୍ୟବହାର କରିବା । ଗୁରୁବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଇସି ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିବାବେଳେ ଆସନ୍ତା ୨୫ ତାରିଖରେ ଯାଏ ସମୟ ଦିଆଯାଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜେନୖତିକ ଚର୍ଚ୍ଚା । ସୂଚନା ଅନୁସାରେ, ରାଜସ୍ଥାନ ନିର୍ବାଚନ ରାଲିରେ ସମ୍ବେଧାନ ଦେବାବେଳେ ରାହୁଲ କହିଥିଲେ କି, ବିଶ୍ବକପ ଆମ ଦଳ ଜିତିଥାନ୍ତା । କିନ୍ତୁ ପନୌତି ହରାଇ ଦେଲା । ଯାହାକି ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ କରି କୁହାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ବୁଧବାର ନିର୍ବାଚନ ଆୟୋଗଙ୍କ ପାଖରେ ହାଜର ହୋଇଥିବାବେଳେ ଗୁରୁବାର ରାହୁଲଙ୍କୁ ନୋଟିସ ଜାରି କରାଯାଇଛି । ବିଶ୍ବକପରେ ଭାରତର ପରାଜୟକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବହୁ ଆକ୍ଷେପ କରାଯାଇଥିଲା । ଅଷ୍ଟ୍ରେଲିଆ ଭାରତକୁ ହରାଇଥିବାବେଳେ ପରାଜୟର କାରଣକୁ ନେଇ ଭିନ୍ନ ଭିନ୍ନ କେମଣ୍ଟ ଦେଖିବାକୁ ମିଳିଥିଲା । ଏଭଳିକି ନରେନ୍ଦ୍ର ମୋଦି ଷ୍ଟାଡିୟମରେ କାହିଁକି ଖେଳାଗଲା ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Show More

Related Articles

Back to top button