Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ଥରେ ଉର୍ଦ୍ଧ୍ୱମୁଖୀ କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୨୯୦ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୈନିକ ଚିହ୍ନଟ ହେଉଛନ୍ତି ୨ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ୨୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୈନିକ ଚିହ୍ନଟ ହେଉଛନ୍ତି ୨ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ୨୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୧୧୯ ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ନୂଆପଡ଼ାରୁ ୪୦, ଅନୁଗୁଳ ୧୦, ବାଲେଶ୍ୱର ୬, ବରଗଡ଼ ୧୫, ଭଦ୍ରକ ୬, ବଲାଙ୍ଗୀର ୯, କଟକରୁ ୧୬, ଦେଓଗଡ଼ ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ, ଗଞ୍ଜାମ ୭, ଜଗତସିଂପୁର ୩, ଯାଜପୁର ୫, ଝାରସୁଗୁଡ଼ା ୨୧, କଳାହାଣ୍ଡି ୯, କୋରାପୁଟ ୨, ମୟୁରଭଞ୍ଜ ୧୦, ପୁରୀ ୬, ରାୟଗଡ଼ା ୯, ସମ୍ବଲପୁରରୁ ୧୧, ସୋନପୁର ୨, ସୁନ୍ଦରଗଡ଼ରୁ ୧୪, ଷ୍ଟେଟ ପୋଲରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ରେ ପହଞ୍ଚିଛି। ଏବେ ୧୬ଶହ ୫୦ଟି ସକ୍ରିୟ ମାମଲା ରହିଥିବାବେଳେ, ୩ ଲକ୍ଷ ୩୬ ହଜାର ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Show More

Related Articles

Back to top button