ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବରସ୍ୱତନ୍ତ୍ର

ରଥର ଉଚ୍ଚତାକୁ ନେଇ ତେଜୁଛି ବିବାଦ,ପୁରୀର ରଥ ସବୁଠୁ ଉଚ୍ଚ କହିଲେ ଗଜପତି

ରଥର ଉଚ୍ଚତାକୁ ନେଇ ତେଜୁଛି ବିବାଦ । ଗିନିଜ୍ ବୁକ୍ ଅଫ୍ ରେକର୍ଡରେ କେନ୍ଦୁଝର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିଥିବାବେଳେ ଏହାକୁ ନେଇ ରଥ ନିର୍ମାଣ ସେବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରୀ ଗଜପତି ଦିବ୍ୟସିଂହଦେବ ଏହାକୁ ନାପସନ୍ଦ କରି କରିଛନ୍ତି , ପୁରୀର ରଥ ସବୁଠୁ ଉଚ୍ଚ । ପୁରୀ ହେଉଛି ମୂଳପୀଠ ।

ପୂର୍ବ ପରମ୍ପରା ଅନୁସାରେ, ପୁରୁଷୋତ୍ତମ କ୍ଷେତ୍ର ପୁରୀର ରଥଠାରୁ ଆଉ କେହି ଅଧିକ ଉଚ୍ଚର ରଥ ନିର୍ମାଣ କିବା ଉଚିତ୍ ନୁହେଁ । କେନ୍ଦୁଝର ରଥକୁ ସର୍ବୋଚ୍ଚ ମାନ୍ୟତା ମିଳିବା ଅଞତାର ପରିଚୟ ଅଟେ । ଏହାଦ୍ୱାରା ପୁରୁଷୋତ୍ତମ କ୍ଷେତ୍ରର ପରମ୍ପରା ଏବଂ ଗରିମା ନଷ୍ଟ ହେଉଛି । ଗଡ଼ଜାତ ଅଞ୍ଚଳରେ ମଧ୍ୟ ଏହାକୁ ସବୁବେଳେ ପାଳନ କରାଯାଇଆସୁଛି । ଏହି ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖାଯିବା ଉଚିତ । ସରକାର ଏପ୍ରତି ଦୃଷ୍ଟି ଦେବା ଉଚିତ୍ । ଏ ବାବଦରେ ପଣ୍ଡିତ ପରିଷଦଙ୍କ ସହ ମଧ୍ୟ ବିଚାର ବିମର୍ଶ ହେବା ଉଚିତ୍ ।

ସେପଟେ ରଥ କାଠ ଅଭାବ ଯୋଗୁଁ ଏହିବର୍ଷ ରଥରେ ଆମ୍ବକାଠ ଲାଗିଛି । ଯାହା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି । ଯଦି ପ୍ରଶାସନ ଚାହୁଁଛି ଆମ୍ବ କାଠରେ ରଥ ନିର୍ମାଣ କରାଯାଉ , ତାହାଲେ ଆମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି ।

Show More

Related Articles

Back to top button