Breaking PLUSଦୁର୍ଘଟଣାଦେଶ

ମୁମ୍ୱାଇରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ

ମହାରାଷ୍ଟ୍ର ମୁମ୍ବାଇରେ ଅବସ୍ଥିତ ଗୋରେଗାଓଁରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାଇ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୁମ୍ବାଇ ପୋଲିସର ସୂଚନାନୁସାରେ ଉଦ୍ଧାର ହୋଇଥିବା ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସର୍ବଶେଷ ସୂଚନା ଅନୁଯାୟୀ, ମୁମ୍ବାଇର ଗୋରେଗାଓଁରେ ଜି + ୫ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗୋରେଗାଓଁର ଜି + ୫ ବିଲ୍ଡିଂରେ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ଆହତ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଏଚ୍.ବି.ଟି ଏବଂ କପୁର୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ମୁମ୍ବାଇ ପୋଲିସ ଦେଇଛି। ଏଥିରେ ଜଣେ ପୁରୁଷ, ୫ ଜଣ ମହିଳା, ୨ଜଣ ନାବାଳକ ମଧ୍ୟ ଅଛନ୍ତି। ଆହତମାନଙ୍କୁ HBT ହସ୍ପିଟାଲ ଏବଂ କୂପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।୨ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସୂଚନା ଅନୁସାରେ ୨୫ ଜଣ ଆହତଙ୍କୁ HBT ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେଥିମଧ୍ୟରୁ ୧୨  ଜଣ ପୁରୁଷ ଏବଂ ୧୩ ଜଣ ମହିଳା। ମହିଳାଙ୍କର ଏକ ନାବାଳିକା ମଧ୍ୟ ଅଛି । ଏଥିସହ ମୁମ୍ବାଇର କପୁର୍ ହସ୍ପିଟାଲରେ ୧୫ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ୬ ଜଣ ପୁରୁଷ ଏବଂ ୯ ଜଣ ମହିଳା ଭର୍ତ୍ତି ହୋଇଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୪୬ ଜଣ ଅଗ୍ନିକାଣ୍ଡର ଶିକାର ହୋଇଥିବା ଜଣାଯାଇଛି।

Show More

Related Articles

Back to top button