Breaking PLUSଦେଶ

ମଦ ପିଇଲେ ମୂଷା

ବୋତଲେ ନୁହେଁ କି ଦି ବୋତଲ ନୁହେଁ ବରଂ ପେଟି ପେଟି ମଦ ବୋତଲ ପିଇଗଲେ ମୂଷା । ମଧ୍ୟପ୍ରଦେଶର ଏହି ଘଟଣା ସବୁଠି ଚର୍ଚ୍ଚାର କାରଣ ହୋଇଛି । ମଧ୍ୟପ୍ରଦେଶର ଛିନ୍ଦଓ୍ବାରା ଅନ୍ତର୍ଗତ କୋତଓ୍ବାଲି ଥାନା ନିକଟ ପଣ୍ୟାଗାରରେ ଏହି ଘଟଣା ଘଟିଛି । ପଣ୍ୟାଗାରରେ ଜବତ ହୋଇଥିବା ମଦପେଟି ଗୁଡିକୁ ରଖାଯାଇଥିଲା । ହେଲେ ପରେ ଜଣାପଡିଥିଲା ଯେ ସେଥିରୁ ୬୦ରୁ ୬୫ ପ୍ଲାଷ୍ଟିକ ମଦ ବୋତଲକୁ କଣା କରି ମଦ ପିଇଦେଇଛନ୍ତି ମୂଷା । ପରେ ଯନ୍ତା ପକାଇ ଗୋଟିଏ ମୂଷାକୁ ଧରାଯାଇଛି । ପଣ୍ୟାଗାରଟି ପୁରୁଣା ହୋଇଥିବାବେଳେ ସେଠାରେ ମୂଷାଙ୍କ ଆତଯାତ ରହିଥିଲା । ତେବେ ସେମାନେ ମଦ ପିଇଦେବା ବିଷୟ ସମସ୍ତଙ୍କ କଳ୍ପନା ବାହାରେ ଥିଲା । କେବଳ ମଦ ନୁହେଁ ଜବତ ଗଞ୍ଜେଇକୁ ମଧ୍ୟ ସେମାନେ ନଷ୍ଟ କରୁଥିବା ସୂଚନା ମିଳିଛି । ଗଞ୍ଜେଇକୁ ସୁରକ୍ଷିତ ରଖିବା ଲାଗି ପୋଲିସ ତାହାକୁ ଟିଣ ବାକ୍ସରେ ରଖିଛନ୍ତି ।

Show More

Related Articles

Back to top button