Breaking PLUSଅପରାଧଦେଶ

ମଦ ଦେବାକୁ ମନା କରିବାରୁ ଦୋକାନରେ ଲଗାଇ‌ଦେଲେ ନିଆଁ

ବିଶାଖାପାଟନମ୍ ମଦୁରୱାଡା ପୋଲିସ ଷ୍ଟେସନ ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମଧୁ ନାମକ ଜଣେ ବ୍ୟକ୍ତି ମଦୁରୱାଡା ଅଞ୍ଚଳର ଏକ ମଦ ଦୋକାନକୁ ଯାଇଥିଲେ। କିନ୍ତୁ ଦୋକାନ ବନ୍ଦ ସମୟ ହେତୁ ଦୋକାନ କର୍ମଚାରୀମାନେ ତାଙ୍କୁ ମଦ ଦେବା ପାଇଁ କରିବାକୁ ମନା କରିଦେଇଥିଲେ। ଫଳରେ ଅଭିଯୁକ୍ତ ଏବଂ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୋକାନ କର୍ମଚାରୀମାନେ ଚେତାବନୀ ଦେବା ପରେ ଅଭିଯୁକ୍ତ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ। କିନ୍ତୁ ସେତିକିରେ ତାଙ୍କ ରାଗ ଶାନ୍ତ ପଡ଼ିନଥିଲା। ସେ ରବିବାର ସନ୍ଧ୍ୟାରେ ଏକ ପେଟ୍ରୋଲ ଟ୍ୟାଙ୍କ୍‌ ନେଇ ଦୋକାନକୁ ଆସିଥିଲେ। ତା’ପରେ ପେଟ୍ରୋଲ୍‌ ଢାଳି ଦୋକାନରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ କର୍ମଚାରୀମାନେ ଦୋକାନରୁ ‌ଦୌଡ଼ି ପଳାଇଥିଲେ ମଧ୍ୟ ଦୋକାନ ଜଳି ଯାଇଥିଲା। ସେଠାରେ ଥିବା କମ୍ପ୍ୟୁଟର ଏବଂ ପ୍ରିଣ୍ଟର୍ ସମେତ ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ୪୩୬ ଅନୁଯାୟୀ ଏକ ମାମଲା ଦାୟର କରାଯାଇ ଏବେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ନିଆଯାଇଛି।

Show More

Related Articles

Back to top button