Breaking PLUSପାଣିପାଗ

ଭୀଷଣ ବାତ୍ୟର ରୂପ ନେଲା ‘ହାମୁନ’

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’ । ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ରହିଛି ସମ୍ଭାବନା । ହେଲେ ଆଶ୍ୱସ୍ତିର କଥା ହେଉଛି, ଓଡ଼ିଶା ଉପରେ ‘ହାମୁନ’ର ସେମିତି କିଛି ପ୍ରଭାବ ପଡ଼ିବନି । ୨୫ ତାରିଖ ସଂଧ୍ୟାରେ ‘ହାମୁନ’ ପୁଣି ଗଭୀର ଅବପାତ ସ୍ଥିତିରେ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାରେ କେବଳ ପବନ ସାଙ୍ଗକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ସହ ଜଗତସିଂହପୁର, ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଟିକେ ଅଧିକ ହୋଇପାରେ । ତେବେ ପାର୍ବଣ ଚାଲିଥିବାରୁ ପୂଜା ପେଣ୍ଡାଲ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ତେଣୁ ଏଥିପାଇଁ ସତର୍କ କରିଛନ୍ତି ଆଇଏମଡି ଡିଜି । ‘୨୫ ତାରିଖ ସଂଧ୍ୟାରେ ବାତ୍ୟା ‘ହାମୁନ’ ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ । ବାତ୍ୟା ‘ହାମୁନ’ ପ୍ରଭାବରେ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ଏହି ସମୟ ଭିତରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button