Breaking PLUSଦେଶ ବିଦେଶ

ଭାରତ ଜାପାନ ପାଣ୍ଠି ପାଇଁ ସ୍ୱାକ୍ଷରିତ ହେଲା 600 ନିୟୁତ ଡଲାର

ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ (ଏନ୍‌ଆଇଆଇଏଫ୍‌) ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ଜେବିଆଇସି) ସହିତ ୬୦୦ ମିଲିୟନ ଡଲାରର ଭାରତ-ଜାପାନ ଫଣ୍ଡ (ଆଇଜେଏଫ) ଲଞ୍ଚ୍‌ କରିବା ନିମନ୍ତେ ଜେବିଆଇସି ଏବଂ ଭାରତ ସରକାରଙ୍କ ଆଙ୍କର ନିବେଶକ ଭାବରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ମିଳିତ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ପ୍ରମୁଖ ଦିଗକୁ ସୂଚାଉଛି। ଯାହା ଜଳବାୟୁ ଏବଂ ପରିବେଶ ପ୍ରତି ଏକ ପ୍ରାଥମିକତା ଅଟେ । ଅର୍ଥ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ସୂଚନାଦେଇଛନ୍ତି। ଏହି ଘୋଷଣା ଏନ୍‌ଆଇଆଇଏଫ୍‌ର ପ୍ରଥମ ଦ୍ୱିପାକ୍ଷିକ ପାଣ୍ଠିକୁ ଚିହ୍ନିତ କରୁଛି, ଯେଉଁଥିରେ ଭାରତ ସରକାର ଧାର୍ଯ୍ୟ ପାଣ୍ଠିର ୪୯% ଏବଂ ଅବଶିଷ୍ଟ ୫୧% ଜେବିଆଇସି ଦ୍ୱାରା ଯୋଗଦାନ ଦିଆଯାଇଛି।

Show More

Related Articles

Back to top button