Breaking PLUSଦେଶ ବିଦେଶ

ଭାରତୀୟଙ୍କ ପାଇଁ ଭିସାମୁକ୍ତ ଘୋଷଣା କଲା ମାଲେସିଆ

ଏଣିକି ମାଲେସିଆ ଯାଉଥିବା ଭାରତୀୟଙ୍କ ପାଇଁ ଡିସେମ୍ବର ୧ରୁ ଦରକାର ପଡ଼ିବନି ଭିସା। କାରଣ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କରିଛନ୍ତି ମାଲେସିଆ ସରକାର । ଶ୍ରୀଲଙ୍କା, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ପରେ ଏବେ ମାଲେସିଆ ଚତୁର୍ଥ ଦେଶ । ଯାହା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଛି। ସୂଚନା ଅନୁଯାୟୀ, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏନେଇ ଘୋଷଣା କରିଛନ୍ତି। ରବିବାର ତାଙ୍କ ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ। ତେବେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମାଲେସିଆ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବାକୁ ଚାହୁଁଛି। ଯେଉଁଥିପାଇଁ ମ୍ୟାଲେସିଆ ଏଭଳି ଏକ ବଡ଼ ଘୋଷଣା କରିଥିବା କୁହାଯାଉଛି। ଭାରତୀୟ ନାଗରିକମାନେ ସାରା ବିଶ୍ୱରେ ଭ୍ରମଣ କରିବା ନେଇ ଜଣାଶୁଣା, ତେଣୁ ମାଲେସିଆ ଭାରତ ଏବଂ ଚୀନ୍ ନାଗରିକମାନଙ୍କୁ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି । ଅନ୍ୟପଟେ ପୂର୍ବରୁ ଶ୍ରୀଲଙ୍କା ମଧ୍ୟ ସାତୋଟି ଦେଶରୁ ଯାତ୍ରୀଙ୍କୁ ମାର୍ଚ୍ଚ ୩୧, ୨୦୨୪ ପର୍ୟ୍ୟନ୍ତ ପାଞ୍ଚ ମାସ ପାଇଁ ମାଗଣା ଭିସା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଯେଉଁଥିରେ ଭାରତ ସମେତ ଚୀନ୍, ରୁଷ, ମାଲେସିଆ, ଜାପାନ ଏବଂ ଇଣ୍ଡୋନେସିଆ ସ୍ଥାନ ପାଇଥିଲା।

Show More

Related Articles

Back to top button