ଅପରାଧ

ବିଷାକ୍ତ ମଦ ପିଇ ୧୯ ମୃତ ସମ୍ପୃକ୍ତ ଅଛନ୍ତି ନେତାଙ୍କ ପୁଅ

ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଏହି ମାମଲାରେ କଂଗ୍ରେସ ଓ ଜନନାୟକ ଜନତା ପାର୍ଟି(ଜେଜେପି)ର ନେତାଙ୍କ ଦୁଇ ପୁଅ ସମେତ ସାତ ଜଣଙ୍କୁ ଗିରଫ କରିଛି ପୁଲିସ। ଯମୁନାଗର ଏବଂ ପଡୋଶୀ ଅମ୍ବାଲା ଜିଲ୍ଲାର ମାଣ୍ଡେୱରୀ, ପାନଜେଟୋ କା ମଜ୍ରା, ଫୋସଗଡ ଏବଂ ସରାନ ଗ୍ରାମରେ ୧୯ ଜଣ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ, ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଅତୀତର ଏହିପରି ଘଟଣାରୁ ଶିକ୍ଷା ଗ୍ରହଣ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଗୁରୁବାର ଅମ୍ବଲାରେ ଉତ୍ତରପ୍ରଦେଶର ଦୁଇଜଣ ପ୍ରବାସୀ ଶ୍ରମିକଙ୍କର ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଅମ୍ବାଲା ପୁଲିସ ଏକ ପରିତ୍ୟକ୍ତ କାରଖାନାରେ ନିର୍ମିତ ୨୦୦ କ୍ରେଟ୍ ନକଲି ମଦ ଜବତ କରିଛି। ବେଆଇନ ମଦ ତିଆରିରେ ବ୍ୟବହୃତ ୧୪ଟି ଖାଲି ଡ୍ରମ୍ ଏବଂ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ମାମଲାର ତଦନ୍ତ ପାଇଁ ଯମୁନାଗର ପୁଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି।

Show More

Related Articles

Back to top button