ଓଡ଼ିଶାରାଜନୀତିସଂସଦ

ବିଜେପିରେ ମିଶିବେ କି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ?

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। “ସେ କହିଛନ୍ତି ଯେ ପ୍ରଶାନ୍ତ ଖୁବ ଶୀଘ୍ର ବିଜେପିରେ ମିଶିବାକୁ ଯାଉଛନ୍ତି। ବିଜେଡି କୌଣସି ହିଂସାରେ ବିଶ୍ୱାସ କରେନାହିଁ । ଏବଂ ଏମିତି କିଛି ଅପ୍ରୀତିକର ଘଟଣା ଘଟିନାହିଁ । ଯଦି ହୋଇଥାନ୍ତା ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା । ତେବେ ବାଲୁଗାଁ ଚିଲିକାରେ ୮ ସେପ୍ଟେମ୍ବର ୨୦୨୧ ରେ ବିଜେଡିରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବାଡ଼ଉଥିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିଲେ । ମୁଖ୍ୟମନ୍ତ୍ରୀ ଗୁଣ୍ଡାରାଜ ଏବଂ ବିଶୃଙ୍ଖଳାକୁ ବରଦାସ୍ତ କରନ୍ତି ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଏବଂ ଭାବନା । ଆଉ ନିଲମ୍ବନ ପରେ ଏବେ ବିଜେପିର ଗେହ୍ଲା ପୁଅ ସାଜିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ କ୍ରମେ ଘନ ଘନ ବୈଠକ କରି ବିଜେପିରେ ମିଶିବାକୁ ଯାଉଛନ୍ତି । ଯାହାକୁ ବିଜେଡିରୁ ବହିଷ୍କାର କରାଗଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଆପଣାଉଛନ୍ତି।” ଏଭଳି ବ୍ୟକ୍ତିଙ୍କୁ ଆପଣାଇ କଣ ବାର୍ତ୍ତା ଦେବାକୁ ଚାଁହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଭଳି ପ୍ରଶ୍ନ କରିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ।

Show More

Related Articles

Back to top button