ଦେଶ ବିଦେଶ

ଫିଲିସ୍ତାନ ଉପରେ ଇସ୍ରାଏଲର ବୋମାମାଡ଼, ୧୬୦୦ ମୃତ

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ରରୁ ପ୍ରାୟ ୧୬୦୦ ଲୋକଙ୍କର ପ୍ରାଣହାନୀ ଘଟିଛି। ଇସ୍ରାଏଲ ବିଷୟରେ କହିବାକୁ ଗଲେ ଏହାର ୯ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ହାମାସ ଯୁଦ୍ଧବିମାନକୁ ଟାର୍ଗେଟ କରୁଛନ୍ତି। ଇସ୍ରାଏଲ୍ ବାୟୁସେନା ଶହ ଶହ ହାମାସ ଟାର୍ଗେଟ ଉପରେ ଆକ୍ରମଣ କରିଛି। ହାମାସ ବିପକ୍ଷରେ କଡ଼ା ଆଭିମୁଖ୍ୟ ଦେଖାଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି କି ପ୍ରତିଶୋଧ ନିଶ୍ଚିତ ନିଆଯିବ। ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହାମାସକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ। ଏଥି ସହିତ ଭାରତ ସମେତ ଅନେକ ଦେଶ ଇସ୍ରାଏଲକୁ ସମର୍ଥନ କରିଛନ୍ତି। କିନ୍ତୁ ଦିଲ୍ଲୀରୁ ତେଲ ଅଭିବ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସମସ୍ତ ଉଡ଼ାଣକୁ ବାତିଲ କରିଛି ଭାରତ। ତେଲ ଅଭିବକୁ ସମସ୍ତ ବିମାନକୁ ବାତିଲ କରିସାରିଛି। ଅବସ୍ଥା କ୍ରମାଗତ ଭାବେ ବିଗିଡିବାରେ ଲାଗିଛି। ସେପଟେ ଏହି ଯୁଦ୍ଧ ମଧ୍ୟରେ ଉଭୟ ରାଷ୍ଟ୍ରର ଜନତାଙ୍କ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଇସ୍ରାଏଲ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତରେ ଏପର୍ଯ୍ୟନ୍ତ ୭୦୦ ପାଲେଷ୍ଟାନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପାର୍ଶ୍ୱରୁ ପ୍ରାୟ ୫୫୦୦ ଲୋକ ଆହତ ହୋଇଛନ୍ତି। ଯେଉଁଥିରେ ଇସ୍ରାଏଲର ୨୬୦୦ ଏବଂ ପାଲେଷ୍ଟାଇନରୁ ୨୯୦୦ ଲୋକ ଅଛନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଶତାଧିକ ଇସ୍ରାଏଲ ଲୋକଙ୍କୁ ହମାସ୍ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଇସ୍ରାଏଲ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।  ଏହା ସହିତ ଇସ୍ରାଏଲ ପୋଲିସ ଦ୍ୱାରା X ରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ ନେଟିଭୋଟ ବାହାରେ ପୋଲିସ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଉଭୟ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ର ଥିଲା। ନାଗରିକମାନଙ୍କୁ ବଞ୍ଚାଇବା ପାଇଁ ପୋଲିସ କ୍ରମାଗତ ଭାବେ କାର୍ଯ୍ୟକାରି କରୁଛି।

Show More

Related Articles

Back to top button