Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଦେଶରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ ଭାରତୀୟ ରେଳବାଇ

ଆଗାମୀ ଦିନରେ ଦେଶରେ ପର୍ବ ପର୍ବାଣି ଆରମ୍ଭ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରେଳବାଇ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ। ରେଳବାଇ ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ କହିଛନ୍ତି ଯେ ଉତ୍ସବ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ରେଳବାଇ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି

ଆଗାମୀ ଦିନରେ ଦେଶରେ ପର୍ବ ପର୍ବାଣି ଆରମ୍ଭ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରେଳବାଇ ୨୦୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ। ରେଳବାଇ ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ କହିଛନ୍ତି ଯେ ଉତ୍ସବ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ରେଳବାଇ ଅକ୍ଟୋବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି।

ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ଦେଶର ସମସ୍ତ ରେଳ ଜୋନର ସାଧାରଣ ପରିଚାଳକମାନଙ୍କ ସହ ବୈଠକ କରି ସ୍ଥାନୀୟ ପ୍ରଶାସନ ସହ କଥାବାର୍ତ୍ତା କରିବାକୁ ଏବଂ କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ସେ କହିଛନ୍ତି, ସେମାନଙ୍କୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି ଯାହା ପରେ ଛୁଟିଦିନରେ ପ୍ରଚଳିତ ଟ୍ରେନର ସଂଖ୍ୟା ସ୍ଥିର ହେବ। ଶ୍ରୀ ଯାଦବ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ଟି ଟ୍ରେନ୍ ଚଳାଚଳ କରିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି।

ଶ୍ରୀ ଯାଦବ କହିଛନ୍ତି ଯେ ଅଧିକ ଚାହିଦା ଥିବା ରୁଟରେ ଆରମ୍ଭ ହୋଇଥିବା କ୍ଲୋନ ଟ୍ରେନ ପ୍ରାୟ ୬୦ ପ୍ରତିଶତ ଅଟେ। ସେ କହିଛନ୍ତି, ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଯେଉଁଠାରେ କ୍ଲୋନ୍ ଟ୍ରେନରେ ଯାତ୍ରୀ ସଂଖ୍ୟା ଅଧିକ ରହୁଛି, ସେହି ମାର୍ଗରେ ଅନ୍ୟ ଏକ କ୍ଲୋନ୍ ଟ୍ରେନ୍ ଚଳାଚଳ କରିବ ଯେପରି କୌଣସି ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ।

କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୨ ଠାରୁ ନିୟମିତ ଟ୍ରେନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ତେବେ ମେ’ ୧୨ରୁ ରେଳବାଇ ଦେଶର ବିଭିନ୍ନ ସ୍ଥାନ ସହ ଦିଲ୍ଲୀକୁ ସଂଯୋଗ କରୁଥିବା ୧୫ ଯୋଡ଼ା ପ୍ରିମିୟମ ରାଜଧାନୀ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଥିବା ବେଳେ ଜୁନ ୧ରେ ୧୦୦ ଯୋଡ଼ା ଦୂରଗାମୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହା ଛଡା ସେପ୍ଟେମ୍ବର ୧୨ରେ ଅତିରିକ୍ତ ୮୦ଟି ଟ୍ରେନ୍ କାର୍ଯ୍ୟ ଆରମ୍ଭ କରିଛି।

Show More

Related Articles

Back to top button