Breaking PLUSଦେଶମୁଖ୍ୟ ଖବର
‘ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି’-ରାଜନାଥ

ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରେସନ ସିନ୍ଦୂରରେ ସାମିଲ ଯବାନଙ୍କୁ ଭେଟି ଆଲୋଚନା କରିବା ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନଙ୍କୁ ସମ୍ବୋଧନ କରି ରାଜନାଥ ସିଂ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ସେଥିପାଇଁ ପୁରା ଦେଶବାସୀ ଗର୍ବିତ । ଭାରତର ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେପରି ଧ୍ୱଂସ କଲେ ଶତ୍ରୁ କେବେ ଭୁଲି ପାରିବନି । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି ଦେଶବାସୀ ଆପଣଙ୍କ ଉପରେ ଗର୍ବିତ ।