ଦେଶ ବିଦେଶ

ନକଲି ପକ୍ଷୀ ନିର୍ମାଣ କରି ଚର୍ଚ୍ଚାରେ ଚୀନ

ପୁଣି ଥରେ ନିଜର କାରନାମାକୁ ନେଇ ଚର୍ଚ୍ଚାକୁ ଆସିଛି ଚୀନ। କିନ୍ତୁ ଏଥର ଅସଲି ନୁହେଁ ବରଂ ନକଲି ପକ୍ଷୀ ନିର୍ମାଣ କରିବାକୁ ନେଇ ଚର୍ଚ୍ଚାରେ ରହିଛି ଚୀନ। କେବେ ଆପଣ ଆକାଶରେ ନକଲି ପକ୍ଷୀ ଉଡୁଥିବାର ଦେଖିଛନ୍ତି? ହୁଏତ ଡ୍ରୋନ୍ ଯୁଗରେ ଏହା ସମ୍ଭବ ହୋଇପାରେ। କାରଣ ଚୀନ୍ ଏପରି ଏକ ନକଲି ପକ୍ଷୀ ତିଆରି କରିଛି ଯାହା ଡ୍ରୋନ୍ ରୁମ୍ ଠାରେ ବ୍ୟବହୃତ ହେବ। ଚୀନ ଉତ୍ତର-ପଶ୍ଚିମ ପଲିଟେକ୍ନିକ୍ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନକାରୀ ଏକ ‘ଫ୍ଲାପିଂ ୱିଙ୍ଗ୍’ ପକ୍ଷୀ ଡ୍ରୋନ୍ ପ୍ରସ୍ତୁତ କରିଛନ୍ତି। ଯାହାର ପକ୍ଷୀ ଭଳି ଦୁଇଟି ଡେଣା ରହିବା ସହ ଅବିକଳ ପକ୍ଷୀ ଭଳି ଦେଖାଯାଉଛି। ପକ୍ଷୀ ଡ୍ରୋନ୍ ପ୍ରସ୍ତୁତ କରିବା ଚୀନ୍ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି। ଏହି ଡ୍ରୋନ୍ ବିମାନ ଉଡ଼ାଣ ଭରିବା ସମୟରେ ଏହାର ପୂର୍ବ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ ଭାଙ୍ଗିଥିବାର କୁହାଯାଉଛି। ଏହାକୁ “ବାୟୋନିକ୍ ଡ୍ରୋନ୍” ମଧ୍ୟ କୁହାଯାଏ।ଚୀନ ଦ୍ୱାରା ବିକଶିତ ହୋଇଥିବା ବାୟୋନିକ୍ ଡ୍ରୋନ୍ ମାନବ ରହିତ ଯାନ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଚୀନୀ ଡ୍ରୋନ ଏକ ଅବିକଳ ପକ୍ଷୀ ଭଳି ଦେଖାଯାଉଛି। ବର୍ତ୍ତମାନ ଏହା ବିକାଶକାରୀଙ୍କ ବିଶ୍ୱସ୍ତରୀୟ ବୈଷୟିକ ଅନୁସନ୍ଧାନର ଏକ ଅଂଶ। “ଜିଙ୍ଗ” ନାମକ ଏହି ଡ୍ରୋନ୍ ଉଡ଼ାଣ ସମୟରେ ଏହାର ପୂର୍ବ ଥରର ରେକର୍ଡ ଭାଙ୍ଗିଛି। ଚୀନ ଉତ୍ତର-ପଶ୍ଚିମ ପଲିଟେକ୍ନିକ୍ ବିଶ୍ୱବିଦ୍ୟାଳୟ ଏହାକୁ ବହୁତ ପ୍ରଶଂସା କରିଛି। ୟୁରେସିଆନ୍ ଟାଇମ୍ସ ନାମକ ଗଣମାଧ୍ୟମ ଅନୁଯାୟୀ, ନ୍ୟୁ ମେକ୍ସିକୋ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଟିମ୍ ମୃତ ପକ୍ଷୀଙ୍କ ଠାରୁ ପ୍ରକୃତ ପକ୍ଷୀର ଅଂଶକୁ ବ୍ୟବହାର କରି ଡ୍ରୋନ୍ ନିର୍ମାଣ କରିବା ସହ ଏହାକୁ ଉଡ଼ାଇଥିଲା। ଆପଣ ହୁଏତ ଏହି ଖବର ସମ୍ପର୍କରେ ଅବଗତ ଥାଇପାରନ୍ତି ଯେ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟ ଏପରି ବାୟୋନିକ୍ ଡ୍ରୋନ୍ ବିକଶିତ କରି ସାରିଛନ୍ତି।

Show More

Related Articles

Back to top button