Breaking PLUSଆଇନ କାନୁନଦେଶମୁଖ୍ୟ ଖବର

ଠକେଇ ମାମଲାରେ ଗିରଫ ହେଲେ “ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲ “

ଗତ ଶୁକ୍ରବାର ଦିନ କେନରା ବ୍ୟାଙ୍କ୍‌ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲଙ୍କୁ ଗିରଫ କରିଛି ପୋଲିସ୍। ଗିରଫ କରାଯିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ଜେରା କରିଥିଲା। ଜେରା ପାଇଁ ଗୋୟଲ ‘ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌’(ଏସ୍‌ଏଫଆଇଓ) ଅଭିମୁଖେ ବାହାରିଥିଲେ, କିନ୍ତୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ। କାରଣ, ପୂର୍ବରୁ ‘ଇଡି’ ଜାରି କରିଥିବା ୨ଟି ସମନ୍‌କୁ ସେ ଏଡ଼ାଇ ଯାଇଥିଲେ।

ଚଳିତ ବର୍ଷ ମେ ପ୍ରାରମ୍ଭରେ ‘ସିବିଆଇ’ ପଞ୍ଜିକୃତ କରାଇଥିବା ‘ଏଫ୍‌ଆଇଆର୍‌’ ଆଧାରରେ ଏହି ମାମଲା ପର୍ଯ୍ୟବେଶିତ ହୋଇଛି। ଗୋୟଲ୍‌ଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ‘ସିବିଆଇ’ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ।‘ଏଫ୍‌ଆଇଆର୍‌’ଅନୁଯାଇ, ଗତବର୍ଷ ନଭେମ୍ବର ୧୧ ତାରିଖରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲ ଅପରାଧିକ ଷଡ଼ଯନ୍ତ୍ର, ଅପରାଧିକ ଅର୍ଥଆତ୍ମସାତ ଓ ଅପରାଧିକ ଦୁର୍ନୀତି କରିଥିଲେ। କେବଳ ଏତିକି ନୁହେଁ କେନାରା ବ୍ୟାଙ୍କ୍‌ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ ପି. ‌ସନ୍ତୋଷଙ୍କ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍‌, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍‌ର ୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି।

ସୂଚନା ଅନୁସାରେ, ପ୍ରାୟ ୨୫ ବର୍ଷ କାଳ ବିମାନ ଚଳାଚଳ କରାଇଥିବା ‘ଜେଟ୍‌ ଏୟାର୍‌ୱେଜ୍‌’ ୨୦୧୯ରେ ସେବା ବନ୍ଦ କରିଥିଲା। ବିମାନ ଚଳାଇବା ଲାଗି ପାଣ୍ଠି ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ତା’ର ବିପୁଳ ଆର୍ଥିକ କ୍ଷତି ହୋଇଥିଲା।

Show More

Related Articles

Back to top button