Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଟିଉସନ ସାରି ଫେରୁଥିବା ସମୟରେ ଧକ୍କା ଦେଲା ପିକଅପ ଭ୍ୟାନ

କଟକ-ବାଙ୍କୀ ମୁଖ୍ୟ ରାସ୍ତାର ରଣଶଙ୍ଖ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ ପିକଅପ୍ ଭ୍ୟାନ୍ ପିଟବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ହୋଇଛନ୍ତି। ଏହି ତିନିଜଣ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ବାଙ୍କୀ ହରିରାଜପୁର ଗ୍ରାମର ସୋହାନ ନାୟକ, ଅମ୍ୟାଂଶୁ ପିରୋଇ ଓ ଅବିନାଶ ନାୟକ ନାମକ ୩ ଦଶମ ଶ୍ରେଣୀର ଛାତ୍ର ଚକୁଳେଶ୍ବର କୋଚିଂ ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେମାନେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ବାଇକକୁ ପିଟଥିଲା। ଯାହା ଫଳରେ ଘଟଣାସ୍ଥଳରେ ସୋହମ ନାୟକ ଓ ଅମ୍ୟାଂଶୁ ପିରୋଇଙ୍କ ପ୍ରାଣହାନି ଘଟିଥିଲା। ଅବିନାଶ ନାୟକ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏଣେ ଗ୍ରାମବାସୀ ଦୁଇ ମୃତକଙ୍କ ଶବକୁ ଗାଁକୁ ନେଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ତେଣେ ପୁଲିସ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button