ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଟମାଟୋ ଦରରେ ଆକାଶଛୁଆଁ ବୃଦ୍ଧି

୧୦୦ ପାର୍ ହେବାର ସମ୍ଭାବନା

ଦିନକୁଦିନ ହୁ ହୁ ହୋଇ ବଢି ଚାଲିଛି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର । ପେଟ୍ରୋଲ,ଡିଜେଲ୍,ସିଏନଜି ଗ୍ୟାସ୍, ଅଟା,ସୁଜି,କ୍ଷୀର,ତେଲ,ଲେମ୍ବୁ ପରେ ବର୍ତ୍ତମାନ ଟମାଟୋ ପାଳି ପଡିଛି । ବଜାରରେ ଚଢା ଦରରେ ବିକ୍ରି ହେଉଛି ଟମାଟୋ ।  ତିନି ଦିନରେ ତିନି ଗୁଣ ବଢି ଟମାଟୋ ଦର ଆକାଶଛୁଆଁ ହୋଇଛି । ଗତ କିଛିଦିନ ତଳେ ଟମାଟୋ କିଲୋ ପିଛା ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଭୁବନେଶ୍ୱର ଓ କଟକରେ ଟମାଟୋ ଦର ୭୦ରୁ ୮୦ଟଙ୍କା ହୋଇଛି । ଦିନକୁ ଦିନ ଏହି ଦର ବୃଦ୍ଧି  ବଢିବା ଖାଉଟିଙ୍କୁ ବାଧିୁଛି ।

ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟମାଟୋ କିଲୋ ପିଛା ୧୦୦ ପାର୍ ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ୧ନଂ ହାଟର ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ, ରାଜଧାନୀବାସୀଙ୍କ ପାଇଁ ଦୈନିକ ୨୦ ଟ୍ରକ ଟମାଟୋ ଆବଶ୍ୟକ । ମାତ୍ର ରାଜ୍ୟକୁ ୪ଟି ଟ୍ରକ ଆସୁଥିବାରୁ ଏଭଳି ସ୍ଥିତି ଉପୁଜିଛି ।

 

 

Show More

Related Articles

Back to top button