Breaking PLUSଦେଶଦେଶ ବିଦେଶ

ଜି20 ରେ ମୋଦୀଙ୍କ 3F ଫର୍ମୁଲା ଉପରେ ଗୁରୁତ୍ୱ

ଫୁଡ୍, ଫୁଏଲ୍ ଓ ଫର୍ଟିଲାଇଜର ଉପରେ ମୋଦୀଙ୍କ ବିଶେଷ ଗୁରୁତ୍ୱ

ଜି-୨୦ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିକାଶକୁ ନେଇ ଆଲୋଚନା ଜାରି ରହିଛି । ବର୍ତ୍ତମାନ ଦ୍ୱିତୀୟ ସେଶନରେ ‘ୱାନ ଫ୍ୟାମିଲି’କୁ ନେଇ ଆଲୋଚନା ହେଉଥିବା ବେଳେ ବିଭିନ୍ନ କ୍ଷେତ୍ର ଏବଂ ବିଭିନ୍ନ ବିଭାଗରେ ବିକାଶ ପାଇଁ ଚର୍ଚ୍ଚା କରୁଛନ୍ତି ଦେଶର ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟ । ତେବେ ଏହାଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଏକ 3-F ଫର୍ମୁଲାକୁ ଗୁରୁତ୍ୱ ଦେଇଛନ୍ତି । ଦେଶର ବିକାଶ ପାଇଁ 3-Fକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ବୋଲି ଜି-୨୦ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସମ୍ମିଳନୀରେ 3-Fକୁ ଗୁରୁତ୍ୱ ନେଇ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଛନ୍ତି । ମୋଦୀଙ୍କର ଏହି 3-F ଫର୍ମୁଲାରେ ରହିଛି ଫୁଡ୍, ଫୁଏଲ ଏବଂ ଫର୍ଟିଲାଇଜର । ଏହି ୩ଟି କ୍ଷେତ୍ରରେ ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ ବୋଲି ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେଣୁ ଜି-୨୦ ସମ୍ମିଳନୀରେ ଏହି ୩ଟି F(3-F)କୁ ସେ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ଆତଙ୍କବାଦ ବିରୋଧୀ ଅଭିଯାନକୁ ମଧ୍ୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଛନ୍ତି । ଆତଙ୍କବାଦ ସମସ୍ୟା ବର୍ତ୍ତମାନ ସାରା ପୃଥିବୀ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇ ହୋଇଛି ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି ସମସ୍ତ ସଦସ୍ୟ । ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ଆତଙ୍କବାଦ ସଂଗଠନ ବିପଦ ବୋଲି ରାଷ୍ଟ୍ରମୁଖ୍ୟ ମାନେ ମତବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button