Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଜାତୀୟ ସ୍ତରରେ ପୁରସ୍କାର ଜିତିଲା କ୍ୟାପିଟାଲ ହସ୍ପିଟାଲ

ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଜାତୀୟସ୍ତରରେ ସ୍ୱଚ୍ଛ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଗୌରବ ଆଣିଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ୍ୟାପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ କାର୍ଯ୍ୟକ୍ରମ ଅଧୀନରେ ‘କ୍ୱାଲଟିି ସାର୍ଟିଫିକେଟ’ ପ୍ରଦାନ କରାଯାଇଛି । ଓଡ଼ିଶାର ନମ୍ବର ୱାନ ହସ୍ପିଟାଲ ଭାବରେ ମଧ୍ୟ ଏହାକୁ ବିବେଚନା କରାଯାଇଛି ।

ଏନକ୍ୱାସ ଟିମ ହସ୍ପିଟାଲର କୋଣ କୋଣକୁ ଯାଇ ଯାଞ୍ଚ କରିବା ପାରେ ସାମଗ୍ରିକ ଭଅବେ ୮୮% ମାର୍କ ଦେଇଛନ୍ତି । ଏହି ଟିମ ୧୮ଟି ବିଭାଗରେ ଜୀବାଣୁ ମୁକ୍ତ ପରିବେଶ, ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷିତ ଏବଂ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା, ରୋଗୀ ସନ୍ତୁଷ୍ଟୀକରଣ, ବିଭିନ୍ନ ବିଭାଗରେ ମାନବସମ୍ଭଳ ସ୍ଥିତି ଓ ସ୍ୱଚ୍ଛ ପରିବେଶର ତଦାରଖ କରିଥିଲେ । ୧୮ଟି ବିଭାଗ ମଧ୍ୟରେ ଓପିଡି, ଲେବର ରୁମ, ଓଟି, ଏସଏନସିୟୁ, ରକ୍ତଭଣ୍ଡାର, ଲାବ, ରୋଡିଓଲୋଜି, ଫାର୍ମଅସୀ ଓ ଆଇପିଡି ଆଦି ରହିଛି । ଏହି ସମସ୍ତ ବିଭାଗ ସାମଗ୍ରିକ ଭାବେ ସଫଳତା ହାସଲ କରି ଏହା କର୍ତ୍ତୃପକ୍ଷଙ୍କ ହସ୍ପିଟାଲ ପ୍ରତି ଥିବା ଦାୟିତ୍ୱ ଏବଂ ଅକ୍ଲାନ୍ତ ପରିଶ୍ରମକୁ ସୂଚାଉଛି । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଦୈନିକ ହସ୍ପିଟାଲ ଓପିଡିରେ ପ୍ରାୟ ୫ଶହ ପାଖାପାଖି ଥଣ୍ଡା ଓ ଜ୍ୱରରେ ପୀଡିତ ଆସୁଛନ୍ତି । ସେଥିମଧ୍ୟରୁ କେବଳ ୪୦୦ ଜଣ ଭାଇରାଲ ଫିଭରରେ ପୀଡିତ ହୋଇଥାନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ହସ୍ପିଟାଲକୁ ଦୈନିକ ସଫାସୁତୁରା ମଧ୍ୟ କରାଯାଉଛି ।

Show More

Related Articles

Back to top button