ଅପରାଧଓଡ଼ିଶା

ଜମି ବିବାଦକୁ ନେଇ ହସ୍ପିଟାଲରେ ହେଲା ଖଣ୍ଡଯୁଦ୍ଧ

ଝିମିଟି ଖେଳରୁ ସୃଷ୍ଟି ହୋଇଥିଲା ମହାଭାରତ । ଠିକ ସେହିଭଳି ଭଦ୍ରକରେ ଏକ ଅଭାବନୀୟ ଘଟଣା ଘଟିଛି । ଭଦ୍ରକର ମୁଖ୍ୟ ହସ୍ପିଟାଲରେ ହେଲା ଖଣ୍ଡଯୁଦ୍ଧ । ମେଡିକାଲ ପାଲଟିଲା ଯୁଦ୍ଧର ମଇଦାନ । ଜମି ବିଦକୁ ନେଇ ଭଦ୍ରକ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ପରିସରରେ ଖଣ୍ଡଯୁଦ୍ଧ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ହେବା ସହ ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି । ଭଦ୍ରକର ବନ୍ତ ଛକରେ ଜମି ବିବାଦକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିଲା । ତେବେ ଗୁରୁତରକୁ ହସ୍ପିଟାଲ ଆଣିବା ପାରେ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ପିଟାପିଟି ହୋଇଥିଲେ । ସୂଚନା ଅନୁସାରେ, ଘଟଣାସ୍ଥଳକୁ ଆସିଥିବା ଭଦ୍ରକ ଟାଉନ ଥାନା ଆଇଆଇସି ଓ ସିଟି ଡିଏସପି ବି ଏହି ଆକ୍ରମଣରୁ ବର୍ତ୍ତି ପାରିଲେନି । ସେଠାରେ ଘଟଣାକୁ କାବୁ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଛୁରାମାଡରେ ଗୁରୁତର ହୋଇଥିବା ଯୁବକଙ୍କୁ ଡାକ୍ତର କଟକ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଏହି ଘଟଣା ସମ୍ପର୍କିତ ୨ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Show More

Related Articles

Back to top button