Breaking PLUSଓଡ଼ିଶା

କୋରାପୁଟରେ ଗଡି଼ବ ‘ଲକ୍ଷ୍ମୀ ବସ୍’

ଏଣିକି ଗାଁ ସହ ଯୋଡି ହେବ ସହର । ଖୁବ୍ କମ୍ ଭଡାରେ ଠିକଣା ସ୍ଥାନରେ ପହଞ୍ଚି ପାରିବେ ଯାତ୍ରୀ।  କୋରାପୁଟରେ ଖୁବଶୀଘ୍ର ‘ଲକ୍ଷ୍ମୀ ବସ୍’ ସେବା ଆରମ୍ଭ ହେବାକୁ ଯାଉଛି।  ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ ଚଳାଚଳ ପାଇଁ ଜିଲ୍ଲାରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ ତାରିଖରେ ‘ଲକ୍ଷ୍ମୀ ବସ୍’ସେବାର ଶୁଭାରମ୍ଭ ହେବ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିପାଇଁ ଜିଲ୍ଲାରେ ପ୍ରାରମ୍ଭିକ ଭାବେ ୨୦ ନୂଆ ବସ୍ ଆସି ଷ୍ଟିକରିଂ କରାଯାଉଥିବା ସୂଚନା ମିଳିଛି। ତେବେ ଜିଲ୍ଲାର ୧୪ଟି ବ୍ଲକ୍ ପାଇଁ ମୋଟ୍ ୫୬ଟି ବସ୍ ଆସିବ। ୫୬ଟି ବସ୍ ମଧ୍ୟରୁ ଜୟପୁର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୩ଟି ରୁଟରେ ବସ ଚଳାଚଳ କରିବ । ୨୨ଟି ପଞ୍ଚାୟତ ମଧ୍ୟରୁ ୬ଟି ପଞ୍ଚାୟତର ପୁରୁଣା ବସଷ୍ଟାଣ୍ଡକୁ ପୁନଃରୁଦ୍ଧାର କରାଯାଉଥିବା ବେଳେ ବଳକା ୧୬ଟି ପଞ୍ଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣାଧୀନ ରହିଛି । ଏହି କ୍ରମରେ ବାରିଣୀପୁଟ, ହାଡିଆ,  ରଣ୍ଡାପାଲ୍ଲୀ,ଜୟନ୍ତଗିରୀ, ପୁଜାରୀପୁଟ ଓ ଧନପୁର ପଞ୍ଚାୟତରେ ପୁରୁଣା ବସଷ୍ଟାଣ୍ଡର ପୁନଃରୁଦ୍ଧାର ଓ ବଳକା ୧୬ଟି ପଞ୍ଚାୟତରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ଗୋଟିଏ ରୁଟ କେଟି ୦୦୪ରେ ଜୟପୁର-ହାଡିଆ, ଆମ୍ବାଗୁଡା,କୁମୁଲିପୁଟ, ଜୟନ୍ତଗିରୀ, ପୁଜାରୀପୁଟ, କେବିଡି-ରାଣୀଗଡ ପଞ୍ଚାୟତ ରହିଛି । ଅନ୍ୟପଟେ, କେଟି ୦୦୫ ରୁଟରେ ଜୟପୁର-ଏକମ୍ବା-ଉମୁରୀ, ରଣ୍ଡାପାଲ୍ଲୀ,  କୋଙ୍ଗା,ଜାମୁଣ୍ଡା, ଧନପୁର, ବଡ଼ଜିଉନା, କାଳିଆଗାଁ, ପାମ୍ପୁଣୀ ଓ ଅନ୍ତା ରହିଛି । କେଟି ୦୦୬ରୁଟରେ ଜୟପୁର-ବାଲିଆ, ଡଙ୍ଗରଚିଂଛି, ଟାଙ୍କୁଆ, ବାରଣୀପୁଟ, ଗଡ଼ପଦର ରହିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ ବସ୍’ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିବା ବେଳେ ପରେ ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁରରେ ଏହି ଯୋଜାନା କାର୍ଯ୍ୟକାରୀ ହୋଇଥିଲା। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ରାଜ୍ୟ ସରାକର ଆଶା ରଖିଛନ୍ତି।

Show More

Related Articles

Back to top button