
ଏବେ କେନ୍ଦୁଝରରେ ମଧ୍ୟ ବ୍ରାଉନସୁଗାର ଚେର ହେବାରେ ଲାଗିଛି। ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହଯୋଗରେ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତର ନାମ ରବୀନ୍ଦ୍ର ସାମଲ ଓ ବୟସ ୩୭ ବର୍ଷ ହୋଇଥିବା ବେଳେ ତାର ଘର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାଯାଇଛି। ଗତକାଲି ରାତିରେ ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହାୟତାରେ ସିଲୁନ ଛକଠାରେ ଏହି ଚଢ଼ଉ କରାଯାଇଥିଲା। ଅଭିଯୁକ୍ତ ନିକଟରୁ କାର ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଛି।