Breaking PLUSଦେଶ ବିଦେଶମୁଖ୍ୟ ଖବର

କେଉଁ ଦେଶରେ ବିକ୍ରି ହେଉଛି ଆତ୍ମଘାତି ଆକ୍ରମଣ କାରୀ

ବଜାରରେ ସବୁ ମିଳେ । କିଛି କିଣିବା ପାଇଁ ଲୋକ ବଜାରକୁ ଯାଆନ୍ତି । କିନ୍ତୁ ସୁଇସାଇଡ୍ ବମର ବା ଆତ୍ମଘାତୀ ଆକ୍ରମଣକାରୀ ବିକ୍ରି ହେଉଥିବା କଥା କେବେ ଶୁଣିଛନ୍ତି କି ?ଶୁଣିବାକୁ ମିଛ ଲାଗୁଥିଲେ ବି ଏହା ସତ । ତେବେ ଏଭଳି ଭୟଙ୍କର ପ୍ରଡକ୍ଟ କେଉଁଠି ମିଳୁଥିବ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ମୁଣ୍ଡ ଉପରେ ଏତେ ଜୋର ଦେବାକୁ ପଡ଼ିବ ନାହିଁ । ଆମ ପଡୋଷୀ ଦେଶରେ ଏଭଳି ପ୍ରଡକ୍ଟ ବିକ୍ରି ହେଉଛି । ଏଥର ଜାଣି ସାରିବେଣି ଆମେ କେଉଁ ଦେଶ କଥା କହୁଛୁ । ଆମେ କହୁଛୁ ପାକିସ୍ତାନର କଥା। ସେଇ ପାକିସ୍ତାନ ଯାହା ହେଉଛି ଦୁନିଆର ଆତଙ୍କ ଫ୍ୟାକ୍ଟ୍ରି । ଯେଉଁଠି ଏକରୁ ଆରକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ରହିଛନ୍ତି । ଆତଙ୍କବାଦର ମଲ୍ଟିନ୍ୟାସନାଲ କମ୍ପାନୀ ଅଲକାଏଦା,ଆଇଏସଆଇଏସଠାରୁ ଲୋକାଲ ବ୍ରାଣ୍ଡ୍ ତହରିକ ଏ ତାଲିବାନ ଓ ବଲୁଚ୍ ଲିବରେସନ୍ ଆର୍ମି ସୁଇସାଇଡ୍ ବମର କ୍ରୟ-ବିକ୍ରୟ କରୁଛନ୍ତି । ସବୁ ଜାଣିବି ପାକିସ୍ତାନ କିଛି କରୁନି । କାରଣ ପାକିସ୍ତାନ ଏବେ କିଛି କରିବା ସ୍ଥିତିରେ ନାହିଁ ।

Show More

Related Articles

Back to top button