Breaking PLUSଓଡ଼ିଶା

କାର୍ତ୍ତିକରେ ଘାରିଛି ପରିବା ଦରର ଚିନ୍ତା

କାର୍ତ୍ତିକ ମାସରେ ଖାଉଟିଙ୍କୁ ଘାରିଛି ପରିବା ଦର ଚିନ୍ତା । ଭେଣ୍ଡି, ପୋଟଳ, ବିନ୍ସ, ବାଇଗଣ, ସାରୁ ଦର ବଢିବାରେ ଲାଗିଛି। ତା ସାଙ୍ଗରେ ପିଆଜ ଦର ବି ବଢିଚାଲିଛି । ଏବେ ଖାଉଟି ବଜାରରେ କିଲୋ ୭୦ ଛୁଇଁଥିବା ବେଳେ ଦୀପାବଳୀ ବେଳକୁ ୧୦୦ ଛୁଇଁବ ବୋଲି ଆଶଙ୍କା କରା ଯାଉଛି । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଏବଂ ଆମଦାନୀ-ରପ୍ତାନୀ ନୀତିରେ ତ୍ରୁଟି ପାଇଁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ପିଆଜ ମହଙ୍ଗା ହୋଇଛି। ନାଶିକରୁ ପିଆଜ ଆସିଲେ ଦର ନିୟନ୍ତ୍ରଣ ହେବ ବୋଲି ବ୍ୟବସାୟୀ ମହାସଂଘ କହିଛି । ହେଲେ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ତେବେ ଦୀପାବଳି ଯାଏଁ ଲାଗି ରହିବ ଏହି ଅବସ୍ଥା । କାର୍ତ୍ତିକ ମାସରେ ରୋଷେଇ ଘରେ ଆମିଷ ବ୍ୟାନ, ହେଲେ ପରିବା ଦର ବି କରୁଛି ଘାଇଲା । ଭେଣ୍ଡି, ପୋଟଳ, ବାଇଗଣ, ସାରୁ, ବିନ୍ସ ସବୁ କିଛି ୫୦ ଉପରେ । ଟମାଟୋ  କିଲୋ ୪୦ ଉପରେ । ଦୀପାବଳି ପରେ ନାଶିକ ପିଆଜ ଆସିଲେ ଦର କିଛିଟା ନିୟନ୍ତ୍ରଣ ହେବ ବୋଲି ବ୍ୟବସାୟୀ କହିଛନ୍ତି । ହେଲେ ଏହା ପୂର୍ବରୁ ପିଆଜ ଦର ୧୦୦ ଛୁଇଁପାରେ ବୋଲି ଆକଳନ କରୁଛି ବ୍ୟବସାୟୀ ସଂଘ । ଭୁବନେଶ୍ବରରେ ପିଆଜ ସାଙ୍ଗକୁ ପରିବାର ଚଢା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । କଟକ ଗୋଦାମରେ ପିଆଜ ଦର ୪୦ରୁ ୬୦ ମଧ୍ୟରେ ବିକ୍ରୀ ହେଉଛି । ଧର୍ମମାସ କାର୍ତ୍ତିକରେ ପରିବା ଡ଼ିମାଣ୍ଡ ଅଧିକ ଥିବା ବେଳେ ଲୋକାଲ ପରିବା ଆସୁନଥିବାରୁ ଦର ବଢିଚାଲିଛି । ଭେଣ୍ଡି, କାଙ୍କଡ଼-୫୦, ସଜନା ଛୁଇଁ-ବିନ୍ସ ୬୦, ଝୁଡ଼ଙ୍ଗ, ପୋଟଳ, ଜହ୍ନି, କଲରା ସବୁ କିଛି ୪୦ ଉପରେ । ଏପଟେ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପିଆଜ ଦର ଉପରମୁହାଁ ରହିବ ବୋଲି ଜଣାପଡ଼ିଛି । ବେଙ୍ଗାଳୁରୁ ଓ ନାଶିକରୁ ନୂଆ ପିଆଜ ଅମଳ ହେଲେ, ନଭେମ୍ବର ଶେଷ ଆଡ଼କୁ ଦର କମିପାରେ । କଟକ-ଭୁବନେଶ୍ବର ସମେତ ରାଜ୍ୟର ସବୁ ଜାଗାରେ ପିଆଜ ସାଙ୍ଗକୁ ପରିବାର ଚଢା ଦରକୁ ନେଇ ସମସ୍ତେ ଚିନ୍ତାରେ । ଅତ୍ୟାବଶକୀୟ ସାମଗ୍ରୀ ଆଇନର ପରିସରରେ ଆସୁଥିବାରୁ ବଜାର ଦର ନିୟନ୍ତ୍ରଣ କରିବାକୁ ମାର୍କେଟ୍ ଇଣ୍ଟେଲିଜେନ୍ସକୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Show More

Related Articles

Back to top button