ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ହେତୁ ୪ଟାଯାଏଁ ମୁଲତବୀ

ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ପ୍ରଥମରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍ରେ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଛନ୍ତି। ଫଳରେ ବାଚସ୍ପତି ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ତେବେ ଏହାକୁ ନେଇ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି ଯେ ବିରୋଧୀମାନେ ଗୃହ ଚଳାଇ ଦେଉନାହାନ୍ତି। ଫଳରେ ଅନେକ ପ୍ରସଙ୍ଗ ଆଲୋଚନା ହେବା କଥା ହୋଇପାରୁନାହିଁ। | ବିରୋଧୀ ଏଭଳି ଜାଣିଶୁଣି ଆଲୋଚନା କରାଇ ଦେଉନାହାନ୍ତି ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଆଦିବାସୀଙ୍କ ସହିତ ସରକାର ଅଛନ୍ତି। ଆଦିବାସୀଙ୍କ ବିକାଶ କରୁଛନ୍ତି ସରକାର। କ୍ୟାବିନେଟ ନିଷ୍ପତ୍ତି ସରକାର ସ୍ଥଗିତ ରଖିଛନ୍ତି। ମନ୍ତ୍ରୀ ମଧ୍ୟ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ଅଯଥାରେ କାହିଁକି ଗୃହକୁ ଚଳାଇଦେଉନାହାନ୍ତି। ୨୪ ବର୍ଷର ସରକାର ଆଦିବାସୀଙ୍କ ପାଇଁ ବହୁତ କିଛି କରିଛନ୍ତି।