Breaking PLUSଓଡ଼ିଶା

ଆଜି ଓଡିଶା ଛାଡିବେ ପ୍ରଫେସର ଗଣେଶୀ ଲାଲ

ଦୀର୍ଘ ୫ ବର୍ଷ ୫ ମାସ ସେବା ପ୍ରଦାନ ପରେ ଶୁକ୍ରବାର ଦିନ ଓଡ଼ିଶା ଛାଡ଼ିବେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରିଥିଲେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ତେବେ ଅକ୍ଟୋବର ୩୧ରେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଏହି ଶପଥ ପାଠ ଉତ୍ସବ କେଉଁଠାରେ ଆୟୋଜିତ ହେବ ସେନେଇ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ତେବେ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ୱ  ନେବେ ରଘୁବର ଦାସ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ । ଏହା ସହ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୫୫ ମସିହା ମେ ୩ରେ ସେ ଅବିଭକ୍ତ ବିହାରରେ ଜନ୍ମ ଗ୍ରହଣ କରିଥିଲେ । ‘ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ସହ ନିଜ ଦାୟିତ୍ବକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ କହିଛନ୍ତି’ ।

Show More

Related Articles

Back to top button