ଦେଶ

ଅନନ୍ତନାଗରେ ଗ୍ରେନେଡ୍ ମାଡ଼, ଜଣେ ଯବାନ ସମେତ 3 ଆହତ

ଗ୍ରେନେଡ୍ ମାଡ଼

() ଅଶାନ୍ତ ଉପତ୍ୟକା । ଜମ୍ମୁ କଶ୍ମୀରର ଅନନ୍ତନାଗରେ ଗ୍ରେନେଡ ମାଡ଼ । ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଗୁରୁବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରଛନ୍ତି । ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି । ଫଳରେ ସେନାର ଜଣେ ଯବାନଙ୍କ ସହ ତିନିଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ଆକ୍ରମଣ ପରେ ଆତଙ୍କବାଦୀମାନେ ଫେରାର୍ ହୋଇଯାଇଛନ୍ତି । ତେବେ ଏହାପରେ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଆଜି ଅନନ୍ତନାଗର କୋକେରନାଗର ବିଭିନ୍ନ ଗାଁରେ ସେନା ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା । ତେବେ ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନାର ଯବାନଙ୍କ ଉପରକୁ ଗ୍ରେନେଡ୍ ମାଡ କରିଥିଲେ । ଫଳରେ ସେନାର ଜଣେ ଯବାନଙ୍କ ସହ ତିନିଜଣ ଆହତ ହୋଇଥିଲେ ।
jammu kashmir grenede attack

Show More

Related Articles

Back to top button