
ଓଡ଼ିଶାର କୋଭିଡ୍ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ସେବା ଯୋଗାଇ ଦେବାପାଇଁ ବୁଦ୍ଧିଜୀବୀଙ୍କ ଆନ୍ତର୍ଜାତିକ ସଂଗଠନ ଓଡ଼ିଶା ପଜିଟିଭ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ସେବା ପାଇଁ ସଂଗଠନ ମେଡଟେଲ୍ ନାମକ ଏକ ଡାକ୍ତରୀ ସଂସ୍ଥା ସହ ରାଜିନାମା କରିଛି।ଓଡ଼ିଶାର ଯେ କୌଣସି ଅଞ୍ଚଳର କୋଭିଡ୍ ରୋଗୀ ନିଜ ମୋବାଇଲ୍ ଫୋନରୁ ୯୬୬୭୩୦୮୭୭୭ ନମ୍ବରକୁ ଏକ ମିସ୍ କଲ୍ କରିବେ। ଏହାପରେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ତାଙ୍କୁ କଲ୍ କରାଯିବ ଏବଂ ପରିସ୍ଥିତିର ଗମ୍ଭୀରତା ଅନୁସାରେ ପ୍ରାଥମିକ ଡାକ୍ତରୀ ପରାମର୍ଶ ପାଇଁ ଜଣେ ଡାକ୍ତରଙ୍କ ସହିତ ଫୋନରେ ସମ୍ପର୍କ କରାଇଦିଆଯିବ। ଏହି ସେବା ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।