Breaking PLUSଓଡ଼ିଶାମୁଖ୍ୟ ଖବର

ଦିନ ସାଢେ 11ଟାରୁ ଛଟପଟ

ଭୁବନେଶ୍ୱର : ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଖରା ସହ ଗୁଳୁଗୁଳି। ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ଅସମ୍ଭାଳ ତାତି ଅନୁଭୂତ ହେବ। ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ। ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବଢିବ ତାତି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି।ଦିନ ସାଢେ ୧୧ଟାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ଓ କେନ୍ଦୁଝରର ତାପମାତ୍ରା ୩୬ ଡିଗ୍ରୀ। ଏହାସହ ଝାରସୁଗୁଡା ୩୫.୪ ଓ ସମ୍ବଲପୁର ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬, ବାଲେଶ୍ୱର ୩୪.୨ ରେକର୍ଡ କରାଯାଇଛି।

Show More

Related Articles

Back to top button