ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ପାଣି ପିଇବାର ମହତ୍ୱ

ସକାଳୁ ଖାଲି ପେଟରେ ତମ୍ବା ପାତ୍ରରେ ରଖା ଯାଇଥିବା ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ

ଭାରତରେ ତମ୍ବା ପତ୍ରର ବହୁତ ମହତ୍ୱ ରହିଛି l ଧାର୍ମିକ କାର୍ଯ୍ୟ ବ୍ୟତୀତ ବଲୋକମାନେ ସକାଳୁ ସକାଳୁ ତମ୍ବା ପାତ୍ରରେ ପାଣି ପିଇବାକୁ ପସନ୍ଦ କରିଥାନ୍ତି l ବିଶେଷଜ୍ଞ ମାନଙ୍କ ମତରେ ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ପିଇଲେ ଶରୀରରେ କପରର କମି ପୁରା ହୋଇଥାଏ ଏବଂ ତା ସହିତ ରୋଗ ସଂକ୍ରମଣ କରୁଥିବା ଜୀବାଣୁ ମାନଙ୍କ ଠାରୁ ମଧ୍ୟ ରକ୍ଷା ମିଳିଥାଏ l ତମ୍ବା ପାତ୍ରରେ ରଖା ଯାଇଥିବା ପାଣି କେବେବି ବାସି ହୋଇନଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ l ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଦ୍ୱାରା ବାତ ,ପିତ ଓ କଫ ତିନୋଟି ସନ୍ତୁଳିତ ହୋଇ ଶରୀରରେ ରହିଥାଏ l

ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ଥିବା ପାଣିକୁ ସକାଳର ଦିନ ଚର୍ଯ୍ୟାରେ ସାମିଲ କରିବା ଆବଶ୍ୟକ l କିନ୍ତୁ ଏହା ଜରୁରୀ ଅଟେ ଯେ ପାଖାପାଖି ୮ ଘଣ୍ଟା ପର୍ଯ୍ୟନ୍ତ ଏହି ପାଣି ପାତ୍ରରେ ରହିବ ଆବଶ୍ୟକ l ପାଣି ସହିତ ତମ୍ବାର ରସାଇନୀକ ପ୍ରତିକ୍ରିୟା ହୋଇଥାଏ ଓ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଇନ୍ଫ୍ଲମେଟୋରିର ଉତ୍ପନ ହୋଇଥାଏ l

* ପାଚନ ତନ୍ତ୍ର ହୋଇଥାଏ ସୁଦୃଢ -ନିୟମିତ ଭାବରେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ତତ୍ୱ ବାହାରକୁ ବାହାରି ଥାଏ ଓ ପେଟ ମଧ୍ୟ ସଫା ହୋଇଥାଏ l ଏହା ବ୍ୟତୀତ ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ତମ୍ବା ଆପଣଙ୍କ ପାଚନ ତନ୍ତ୍ରକୁ ମଝବୁତ କରିବା ସହିତ ଶରୀରରେ ଥିବା ଅତିରିକ୍ତ ଗ୍ୟାସକୁ କମ କରିବାରେ ସାହାଯ୍ୟ କରେ l

* ତମ୍ବା ପାତ୍ରରେ ଜୀବାଣୁ ମାନଙ୍କର ନାଶ ହୋଇଥାଏ -ସାଧାରଣ ପାଣିରେ ଡାଇରିଆ ,ଜଣ୍ଡିସ ଆଦି ରୋଗ ଉତ୍ପନ କରୁଥିବା ଜୀବାଣୁକୁ ନଷ୍ଟ କରିବାର କ୍ଷମତା ନଥାଏ l କିନ୍ତୁ ତମ୍ବା ପାତ୍ରରେ ଥିବା ପାଣିରେ ଏହି ସବୁ ବ୍ୟାକ୍ଟେରିଆକୁ ନଷ୍ଟ କରିବାର କ୍ଷମତା ଥାଏ l ଏକ ଅଧୟନ ଅନୁସାରେ ଜଣ ପଡିଛି ଯେ ୧୬ ଘଣ୍ଟା ପର୍ଯ୍ୟନ୍ତ ତମ୍ବା ପାତ୍ରରେ ପାଣି ରଖିବା ଦ୍ୱାରା ଅଧିକାଂସ ଜୀବାଣୁ ନଷ୍ଟ ହୋଇଯାନ୍ତି l ପାଣିରେ ବିଶେଷ ଭାବରେ ଥିବା ଜୀବାଣୁ ଗୁଡିକ ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଏ l

ଏହି କଥା ଗୁଡିକ ଉପରେ ନିହାତି ଦୃଷ୍ଟି ଦେବା ଆବଶ୍ୟକ –

ସାଧାରଣତଃ ଲୋକମାନେ ତମ୍ବା ପାତ୍ରରେ ପାଣି ପିଇବା ପାଇଁ କିଛି ଅସାବଧାନତା ଅବଲମ୍ବନ କରିଥାନ୍ତି l କିନ୍ତୁ ଆପଣ ସେପରି କରିବେ ନାହିଁ l ଯେପରି କି ତମ୍ବା ପାତ୍ରରେ ପାଣି ରଖିବା ପୂର୍ବରୁ ଠିକରେ ସଫା କରିବା ଆବଶ୍ୟକ l ସଫା ନହେଲେ ଏଥିରେ କପର ଅକ୍ସାଇଡ ଜମିବାକୁ ଲାଗେ l ଏହି ସ୍ଥିତିରେ ତମ୍ବା ପାତ୍ରରେ ପାଣି ପିଇବା ହିତକର ହୋଇ ନଥାଏ l

Show More

Related Articles

Back to top button