
ପୂର୍ବ ରୁଷ ସ୍ଥିତ କ୍ଲ୍ୟୁଚେଭସ୍କାୟା ସୋପକା ଆଗ୍ନେୟଗିରିରେ ବଡ ଅଘଟଣ । ଏହି ଆଗ୍ନେୟଗିରିରେ ପଡ଼ି ୮ ଜଣ ରୁଷୀୟ ପର୍ବତାରୋହୀଙ୍କ ମୃତ୍ୟୁ ଏବଁ ଆଉ କେତେକ ଫସି ରହିଥିବା ଅନୁମାନ । ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଥିଲେ ମଧ୍ୟ ଭୀଷଣ ହେମାଳ ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ରେ ୨ଜଣ ଗାଇଡଙ୍କ ସମେତ ୧୨ ଜଣିଆ ଦଳ ଏହି ୪ ହଜାର ୭୫୪ ମିଟର ଫୁଟ ଉଚ୍ଚ ଆଗ୍ନେୟଗିରି ଉପରକୁ ଚଢିବାକୁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ , ୪,୨୦୦ ମିଟର୍ ଉଚ୍ଚରେ ପହଞ୍ଚିଥିବା ବେଳେ ଶନିବାର ଦିନ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଥିଲା ।ଶନିବାର ଜଣା ପଡ଼ିଥିଲା ଯେ ସେମାନଙ୍କ ମଧ୍ୟରୁ କେତେଜଣ ନିଖୋଜ ହୋଇଯାଇଛନ୍ତି । ଗତ ରବିବାର ଜଣାପଡ଼ିଥିଲା ଯେ ସେମାନଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁବରଣ କରିଛନ୍ତି ।
ସେହିପରି ସୋମବାରଦିନ ସ୍ଥାନୀୟ ଗାଇଡ୍ ସୂଚନା ଦେଇଥିଲା ଯେ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଫଳରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଥିଲା । ପ୍ରାୟ ୪ ହଜାର ଫୁଟ ଉଚ୍ଚରୁ ଖସି ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।