ଓଡ଼ିଶା

ପ୍ରଦୂଷଣ ରୋକିବାକୁ ପଦକ୍ଷେପ; ସାଇକେଲ ଚଳାଇ ଅଫିସରେ ପହଞ୍ଚିଲେ ସରକାରୀ ବାବୁ

ଭୁବନେଶ୍ୱର,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍): ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂଅ।ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଗାଡି ଚାଲୁଥିବା ବେଳେ ଏହି କ୍ଷେତ୍ରରେ ଓଡିଶା ସରକାର ଅ।ଉ ପାଦେ ଅ।ଗକୁ ବଢିଛନ୍ତି। ଏଣିକି ବିଡିଏ, ବିଏମ୍ସି ଓ ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ଅର୍ଥାତ୍‍ ଶୁକ୍ରବାର ସାଇକେଲ ଚଳାଇ ଅଫିସ ଅ।ସିବେ। ବିଏମ୍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅ।ଜି ସକାଳେ କର୍ମଚାରୀମାନେ ସାଇକେଲ ଚଳାଇ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଅ।ଉ ଯେଉଁମାନେ ସାଇକେଲ ନେଇ ଅଫିସ ଅ।ସିନଥିଲେ ସେମାନେ ଚାଲିକି ଅ।ସିଥିଲେ। ଏହି ନିୟମ ଯୋଗୁଁ କର୍ମଚାରୀମାନେ ବ୍ୟବହାର କରୁଥିବା ପ୍ରାୟ ଏକ ହଜାର ବାଇକ୍‍ ଓ ୨୦୦ କାର୍‍ ଚଳାଚଳ ଅ।ଜି ବନ୍ଦ ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ପ୍ରତି ଶୁକ୍ରବାର ଅଫିସ ଅ।ସିବା ପାଇଁ ସାଇକେଲ ବ୍ୟବହାର କରିବେ ବୋଲି ଗୁରୁବାର ବିଏମ୍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲାୟ କୌଣସି କର୍ମଚାରୀ ଶୁକ୍ରବାର ଦିନ ଅଫିସକୁ ଗାଡି ଯୋଗେ ଅ।ସିଲେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଥିଲା।

Show More

Related Articles

Back to top button
Close