ଓଡ଼ିଶା

୧୮ ଦିନରେ ୪୪ ହଜାର ୨୭୧ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ

ଭୁବନେଶ୍ୱର,(ଉ.ପ୍ର.ନ୍ୟୁଜ୍ସର୍ଭିସ୍): ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଅର୍ଥାତ୍ ସେପ୍ଟେମ୍ବର ୧ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରେକର୍ଡ ସଂଖ୍ୟକ ଶିକ୍ଷାର୍ଥୀ ·ଳକ ଲାଇସେନ୍ସ (ଲର୍ଣ୍ଣରସ ଡ୍ରାଇଭିଙ୍ଗ ଲାଇସେନ୍ସ) ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୩୮ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ୪୪ ହଜାର ୨୭୧ ଜଣଙ୍କୁ ଏହି ପ୍ରମାଣପତ୍ର ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ର ଅଧିକାରୀ ସଞ୍ଜୟ ବେହେରାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କମ ସଂଖ୍ୟକ କର୍ମ·ରୀ ସତ୍ୱେ ମାତ୍ର ୧୮ ଦିନରେ ଏହି ରେକର୍ଡ ସଂଖ୍ୟକ ଶିକ୍ଷାର୍ଥୀ ·ଳକ ଲାଇସେନ୍ସ ପ୍ରଦାନ କରାଯଇପାରିଛି। ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଲାଇସେନ୍ସ ପାଇଁ ହଜାର ହଜାର ସଂଖ୍ୟାରେ ଆବେଦନକାରୀ ପହଂଚିଥିଲେ। ସେହି ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ଛୁଟି ଦିନ ମାନଙ୍କରେ ମଧ୍ୟ ଆରଟିଓ କାର୍ଯ୍ୟାଳୟ ଖୋଲା ରଖାଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦିଅ।ଯାଇଥିଲା। ତେବେ ଏହି ୧୮ ଦିନ ମଧ୍ୟରେ ଭୁବନେଶ୍ୱର ଆରଟିଓ-୨ରେ ସର୍ବାଧିକ ୫ ହଜାର ଆବେଦନକାରୀଙ୍କୁ ଶିକ୍ଷାର୍ଥୀ ·ଳକ ଲାଇସେନ୍ସ ଯୋଗାଇଦିଆଯାଇଥିବା ବେଳେ ସର୍ବନିମ୍ନ ବଡ଼ବିଲ ଅତିରିକ୍ତ ଆରଟିଓ କାର୍ଯ୍ୟାଳୟ ୧୭୧ ଜଣଙ୍କୁ ଏହି ଲାଇସେନ୍ସ ଯୋଗାଇ ଦେଇଛି। ସେହିପରି ବାଲେଶ୍ୱରରେ ୧୬୧୪, ଭୁବନେଶ୍ୱର ଅ।ରଟିଓ-୧ରେ ୩୫୯୮, ଖୋର୍ଦ୍ଧାରେ ୧୭୨୦, ବଲାଙ୍ଗୀରରେ ୯୨୭, ଚଣ୍ଡିଖୋଲରେ ୨୬୩୦, କଟକରେ ୨୫୫୦, ଢେଙ୍କାନାଳରେ ୧୬୪୯, ଗଂଜାମରେ ୨୫୩୮, କଳାହାଣ୍ଡିରେ ୫୯୫, କେନ୍ଦୁଝରରେ ୮୬୭, କୋରାପୁଟରେ ୫୫୭, ମୟୁରଭଞ୍ଜରେ ୮୬୯, ରାଇରଙ୍ଗପୁରରେ ୨୭୮, ଫୁଲବାଣୀରେ ୫୨୭, ପୁରୀରେ ୮୬୮, ରାଉରକେଲାରେ ୧୨୯୩, ସମ୍ବଲପୁରରେ ୫୩୧, ସୁନ୍ଦରଗଡ଼ରେ ୩୦୧, ବରଗଡରେ ୬୧୨, ରାୟଗଡାରେ ୪୪୬, ଅନୁଗୁଳରେ ୧୭୭୪, ଗଜପତିରେ ୩୨୮, ଜଗତସିଂହପୁରରେ ୧୫୩୨, ଭଦ୍ରକରେ ୧୩୬୬, ଝାରସୁଗୁଡାରେ ୨୬୨, ନବରଙ୍ଗପୁରରେ ୫୬୮, ନୟାଗଡ଼ ୮୯୩, ନୂଅ।ପଡା ୧୮୯, ବୌଦ୍ଧରେ ୫୭୧, ଦେବଗଡ଼ରେ ୩୧୭, କେନ୍ଦ୍ରାପଡାରେ ୧୩୩୦, ମାଲକାନଗିରିରେ ୧୫୬୮, ସୋନପୁରରେ ୫୧୦, ଭଞ୍ଜନଗରରେ ୧୦୯୮, ଯାଜପୁରରେ ୧୧୧୧ ଏବଂ ତାଳଚେରରେ ୭୩୩ ଜଣଙ୍କୁ ଶିକ୍ଷାର୍ଥୀ ·ଳକ ଲାଇସେନ୍ସ ଯୋଗାଇ ଦିଆଯାଇଥିବା ଜଣାପଡିଛି।

Show More

Related Articles

Back to top button