ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ: କେବଳ ଟୀକା ମହାମାରୀଙ୍କୁ ରୋକିପାରିବ ନାହିଁ

ଏଥିପାଇଁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶକ ଟେଡ୍ରୋସ୍ ଆଡେନୋମ୍ ଗେବ୍ରେସିସ୍

କେବଳ କୋଭିଡ଼ ଟୀକା କରୋନା ମହାମାରୀକୁ ରୋକିପାରିବ ନାହିଁ । ତେଣୁ ଏଥିପାଇଁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶକ ଟେଡ୍ରୋସ୍ ଆଡେନୋମ୍ ଗେବ୍ରେସିସ୍। ସେ କହିଛନ୍ତି ଯେ କରୋନା ମାମଲା ଆସିବା ପରଠାରୁ ଏହା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ପର୍ଯ୍ୟନ୍ତ ୫ କୋଟି ୪୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

କରୋନା ଟୀକା କରୋନା ସଂକ୍ରମଣ ରୋକିବାରେ ସହାୟତା ହୋଇପାରେ, ମାତ୍ର ଏହାକୁ ବଦଳାଇ ପାରିବ ନାହିଁ ।ଟେଡ୍ରୋସ କହିଛନ୍ତି ଯେ ପ୍ରାରମ୍ଭରେ ଟିକା ଯୋଗାଣ ଜନସାଧାରଣଙ୍କ ପାଇଁ ସୀମିତ ରହିବ କାରଣ ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ସର୍ବାଧିକ ବିପଦ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଏହା ମୃତ୍ୟୁ ହାର ହ୍ରାସ କରିବ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Tags
Show More

Related Articles

Back to top button
Close