Breaking PLUSଓଡ଼ିଶାମୁଖ୍ୟ ଖବର

ବିଦ୍ୟୁତ୍ ଆଘାତରେ ଚାଲିଗଲା ଶ୍ୱଶୁର ଓ ବୋହୂର ଜୀବନ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ବଶୁର ଏବଂ ବୋହୂଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗ୍ରାମରେ ।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ବଶୁର ଏବଂ ବୋହୂଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗ୍ରାମରେ ।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ଶ୍ବଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା ମାଣ୍ଡିକା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ୍ ତାର ଛିଣ୍ଡି ଗ୍ରୀଲ୍ କୁ ଲାଗିଥିଲା । ତେବେ ଗ୍ରୀଲ୍ କୁ ଧରିବା ସମୟରେ ସୁମିତ୍ରା ହଠାତ୍ ତଳେ ପଡିଯାଇଥିଲା । ତେବେ ଶ୍ବଶୁର ଡାହାଣୀ ମାଣ୍ଡିକା ବୋହୂକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ।

ତେବେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ୍ ଯୋଗେ ବିଷମକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସୁମିତ୍ରା ମାଣ୍ଡାଙ୍ଗି ଗର୍ଭବତୀ ଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Show More

Related Articles

Back to top button