Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ବନ୍ୟାରେ ରାଜ୍ୟରେ ଧୋଇଯାଇଛି ୨୮୩ କୋଟି ଟଙ୍କାର ନଦୀ ବନ୍ଧ

ରାଜ୍ୟରେ ମଧ୍ୟମ ଧରଣର ବନ୍ୟାରେ ବଡ଼ ଧରଣର କ୍ଷତି ହୋଇଛି । ଚଳିତ ବନ୍ୟାରେ ରାଜ୍ୟରେ ଧୋଇଯାଇଛି ୨୮୩ କୋଟିର ନଦୀ ବନ୍ଧ । ବନ୍ୟାରେ ୩୮ଟି ଘାଇ ସହ ୯୯୬ କିମି ନଦୀ ବନ୍ଧ ନଷ୍ଟ ହୋଇଛି

ରାଜ୍ୟରେ ମଧ୍ୟମ ଧରଣର ବନ୍ୟାରେ ବଡ଼ ଧରଣର କ୍ଷତି ହୋଇଛି । ଚଳିତ ବନ୍ୟାରେ ରାଜ୍ୟରେ ଧୋଇଯାଇଛି ୨୮୩ କୋଟିର ନଦୀ ବନ୍ଧ । ବନ୍ୟାରେ ୩୮ଟି ଘାଇ ସହ ୯୯୬ କିମି ନଦୀ ବନ୍ଧ ନଷ୍ଟ ହୋଇଛି । କ୍ଷୟକ୍ଷତି ନେଇ ଜଳ ସମ୍ପଦ ସଚିବଙ୍କୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ଲେଖିଛନ୍ତି । ବନ୍ୟାରେ ନଦୀ ବନ୍ଧ ଓ କେନାଲ ନଷ୍ଟ ପାଇଁ ମୋଟ ୨୮୩ କୋଟି ଟଙ୍କା କ୍ଷତି ହୋଇଛି । ନଦୀ ବନ୍ଧ ସୁଦୃଢୀକରଣର ପାଇଁ ୬୪୮ କୋଟି ଆବଶ୍ୟକ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ମୋଟ ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ଉକ୍ତ ଚିଠିରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଅନୁରୋଧ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ କେନ୍ଦ୍ରକୁ ଏନେଇ ଅନୁରୋଧ କରାଯାଇଛି ।

Show More

Related Articles

Back to top button