Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ। ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁରେନ୍ଦ୍ର ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଛନ୍ତି । ୩୮ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ଗତକାଲି ଇସ୍ତଫା ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ସଭାପତି ପଦ ସହ ଏଆଇସିସିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର। ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ପରାଜିତ ହୋଇଥିଲେ ସୁରେନ୍ଦ୍ର।

Show More

Related Articles

Back to top button