ଓଡ଼ିଶା
ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କି,ତୀବ୍ରତା ୬.୧ ରେକର୍ଡ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କି । ବୁଧବାର ଭୋର ସମୟରେ ଉତ୍ତର ତୁର୍କିର ଅଙ୍କରା ଓ ଅଷ୍ଟାଣ୍ଟବୁଲ୍ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲାବେଳେ ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି ।
ସେହିପରି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଥିଲା । ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠ ଠାରୁ ୧.୨୪ମାଇଲ୍ ଗଭୀରତାରେ ରହିଥିବାବେଳେ ଭୂକମ୍ପ ପରେ ବିଦ୍ୟୁତ୍ ସରବରାହ, ମୋବାଇଲ ନେଟ୍ଓ୍ବର୍କ, ଇଣ୍ଟରନେଟ୍ ସବୁ କିଛି ବିଚ୍ଛିନ୍ନ ହୋଇଯାଇଛି । ଏନେଇ ୟୁରୋପିଆନ୍ ସିସ୍ମୋଲୋଜି ସେଣ୍ଟରର ରିପୋର୍ଟରୁ ସୂଚନା ମିଳିଛି ।
ଅନ୍ୟପଟେ ଭୂମିକମ୍ପ ପରେ ଭୟଭୀତ ହୋଇ ପଦାକୁ ବାହାରି ଏଣେତେଣେ ଧାଇଁବାକୁ ଲାଗିଥିଲେ ଅଞ୍ଚଳବାସୀ । ଭୂମିକମ୍ପ ଯୋଗୁ ବହୁ ଧନଜୀବନ ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି ।