Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

କଂଗ୍ରେସରୁ ଲଢିବେ ମୋକିମ

ଭୁବନେଶ୍ୱର, 16 ନଭେମ୍ବର – କଂଗ୍ରେସରୁ ନିଲମ୍ବିତ ହୋଇଥିବା କଟକ ବାରବାଟୀ ବିଧାୟକ ମୋହମ୍ମଦ ମୋକିମ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଲଢିବେ ବୋଲି ସୂଚନା ଦେଇଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

ମୋକିମଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ହଟୁନି ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏଆଇସିସି ସଭାପତି, ପ୍ରଭାରୀ, ପିସିସି ସଭାପତିଙ୍କ ସହ କଥା ହୋଇଛି । ଆଗାମୀ ୧୦-୧୫ ଦିନ ମଧ୍ୟରୁ ତାଙ୍କ ଉପରୁ ନିଲମ୍ବନ ଉଠିଯିବ ।

ସେ କହିଛନ୍ତି ଯେ ମୋକିମ କେବଳ କଂଗ୍ରେସର ନୁହେଁ, ପୂରା ରାଜ୍ୟର ସଂପତ୍ତି । ସେ କଂଗ୍ରେସରୁ ହିଁ ଠିଆ ହେବେ ।

Show More

Related Articles

Back to top button