Breaking PLUSଓଡ଼ିଶା

ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ

ଚଳିତ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳାଫଳ

() ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳାଫଳ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା । ତେବେ କେଉଁ ଦିନ ଫଳ ପ୍ରକାଶ ପାଇବା ସେ ନେଇ ସୂଚନା ଦିଆଯାଇନାହିଁ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

ରାଜ୍ୟରେ ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା ।  ୨୮୮୮ କେନ୍ଦ୍ରରେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଚଳିତବର୍ଷ କରୋନା ଭୂତାଣୁ ମହାମାରୀ ଯୋଗୁ ଖାତା ଦେଖା ବିଳମ୍ବ ହେବା ସହିତ ରେଜଲ୍ଟ ପ୍ରକାଶରେ ମଧ୍ୟ ବିଳମ୍ବିତ ହୋଇଛି।

Show More

Related Articles

Back to top button