ଖେଳ

ଆଇପିଏଲ୍‌ ଏଲିମିନେଟର ମୁକାବିଲା

ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଛି କୋଲକାତା ନାଇଟ୍‌ ରାଇଡର୍ସ । ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି ଏହି ମ୍ୟାଚ । ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ କୋଲାକାତା ନାଇଟ ରାଇଡର୍ସ ବୋଲିଂ କରୁଛି ।

ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରଣନୀତି ଦକ୍ଷତା ଏବଂ ଇଅନ ମୋର୍ଗାନଙ୍କ ବରଫ ଭଳି ଥଣ୍ଡା ମିଜାଜର ମହାପରୀକ୍ଷା ହେବ । ଦଳଗତ ଭାବେ ଆରସିବି ପାଇଁ ଏହି ମ୍ୟାଚ୍‌ ଢେର ମହତ୍ୱ ରହିବ । କାରଣ ଏହି ମ୍ୟାଚ୍‌ରେ ପରାଜିତ ହେଲେ ସ୍ୱପ୍ନର ଟ୍ରଫି ତୋଳି ଧରିବାର ଆଉ ଏକ ସୁଯୋଗ ଏହି ଦଳ ହାତଛଡ଼ା କରିବ ।

ଅଧିନାୟକ ଭାବେ କୋହଲିଙ୍କ ପାଇଁ ଏହି ମ୍ୟାଚ୍‌ ମଧ୍ୟ ଅନେକ ଆହ୍ଵାନ ନେଇ ଆସିବ । କାରଣ ଚଳିତ ଋତୁ ପରେ ଆରସିବି ଅଧିନାୟକ ପଦ ଛାଡ଼ିଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି । ସେଥିପାଇଁ ସୋମବାର ନଜିତିଲେ ଦୀର୍ଘ ବର୍ଷ ଭିତରେ ଆରସିବିିକୁ ଥରେ ମାତ୍ର ଆଇପିଏଲ୍‌ ବିଜୟୀ କରାଇବାର କୋହଲିଙ୍କ ବ୍ୟକ୍ତିଗତ ସ୍ୱପ୍ନ ଅପୂରଣୀୟ ହୋଇ ରହିଯିବ ।

Show More

Related Articles

Back to top button