Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଡିସେମ୍ବର ୧୦ରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଭାରତ-ପାକିସ୍ତାନ ମ୍ୟାଚ

ମୁମ୍ବଇ: ଦୁବାଇରେ ଆସନ୍ତା ଡିସେମ୍ବର ୮ରୁୁ ୧୭ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଦଳ ଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଭାରତ, ପାକିସ୍ତାନ, ନେପାଳ ଓ ଆଫଗାନିସ୍ତାନ ରହିଥିବାବେଳେ ଗ୍ରୁପ-ବି ରେ ବାଂଲାଦେଶ, ଜାପାନ, ଶ୍ରୀଲଙ୍କା ଓ ୟୁଏଇ ସ୍ଥାନ ପାଇଛନ୍ତି। ଭାରତ ୮ରେ ଆଫଗାନିସ୍ତାନ ସହିତ ପ୍ରଥମ ଲିଗ୍‌ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଡିସେମ୍ବର ୧୦ରେ ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍‌ ମ୍ୟାଚ ଖେଳାଯିବ। ୧୨ରେ ଭାରତ ଅନ୍ତିମ ଲିଗ୍‌ ମ୍ୟାଚ ନେପାଳ ସହିତ ଖେଳିବ। ଦୁଇ ଗ୍ରୁପର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଡିସେମ୍ବର ୧୫ରେ ସେମିଫାଇନାଲ ଓ ୧୭ରେ ଫାଇନାଲ ଖେଳାଯିବ। ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଲାଗି ବିସିସିଆଇ ପକ୍ଷରୁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଉଦୟ ସାହାରନ ଦଳର ନେତୃ୍ତ୍ବ ନେବେ।

Show More

Related Articles

Back to top button